-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
20-Sep-2025
ଲୋଇସିଂହା, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନକୁ ସାଂସଦ ଙ୍କ ଲୋଇସିଂହା ବ୍ଲକ ପ୍ରତିନିଧି ବାଳକୃଷ୍ଣ ଧରୁଆ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ପ୍ରତିନିଧି ଗୌରାଙ୍ଗ ନାଏକ ଅତିଥି ଭାବେ ଯୋଗଦେଇ ଅଭିଯାନ କୁ ଉଦଘାଟନ କରିଥିଲେ l ହସ୍ପିଟାଲ ପକ୍ଷରୁ ଅତିଥିମାନଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ପ୍ରଥମେ ଦୀପ ଓ ଧୂପ ପ୍ରଜ୍ବଳନ କରି ସଭା ଆରମ୍ଭ କରାଯାଇଥିଲା l ଅତିଥି ଗଣ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଆଜିର ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ l ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଓ ଚିକିତ୍ସା ଅଧିକାରୀ ଦିବ୍ୟକିଶୋର ପତି ନାରୀ ସଶକ୍ତିକରଣ ସହ ପରିବାରକୁ ସୁସ୍ଥ ରଖିବା ଉପରେ ମତ ପ୍ରକାଶ କରିଥିଲେ l
ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଶେଖରଲାଲ ପଧାନ ଆଜିକାର ଅଭିଯାନ ର ମୂଳ ଉଦ୍ଦେଶ୍ୟ ଯଥା ମହିଳା ,କିଶୋରୀ ବାଳିକାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ରକ୍ତ ହୀନତା, ମଧୁମେହ,କର୍କଟ ରୋଗର ପ୍ରାଥମିକ ଚିହ୍ନଟ, ଯକ୍ଷ୍ମା ପରୀକ୍ଷା, ସିକିଲସେଲ, ଗର୍ଭବତୀ ମହିଳାଙ୍କ ନିୟମିତ ପରୀକ୍ଷା, ମହିଳା ଓ କିଶୋରୀ ବାଳିକାଙ୍କ ଋତୁସ୍ରାବ ପରିଚ୍ଛନ୍ନତା ସମ୍ବନ୍ଧରେ ଆଲୋକପାତ କରିଥିଲେ l ଏହି ଅବସର ରେ ଅନ୍ୟ ମାନଙ୍କ ମଧ୍ୟରେ ଲୋଇସିଂହା ସରପଞ୍ଚ ନବକିଶୋର ନାଏକ, ବରିଷ୍ଠ ଓକିଲ ପ୍ରଶାନ୍ତ ବେହେରା, ଡାକ୍ତର ସଂଜୀବ କୁମାର ବିଶ୍ୱାଳ, ଆଶା ଓ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l