-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
19-Sep-2025
ଲୋଇସିଂହା, (ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ରେ ବ୍ଲକ ସ୍ତରୀୟ ମଁl ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ 75 ତମ ଜନ୍ମଦିନ ଅବସରରେ ମଁl ପାଇଁ ଗଛଟିଏ କାର୍ଯ୍ୟକ୍ରମ ସାରା ଦେଶ ଓ ଓଡିଶା ଅଭିଯାନ ରେ ପରିଣତ ହୋଇଛି l ଏହି ଅବସରରେ ମଁl ପାଇଁ ଗଛଟିଏ କାର୍ଯ୍ୟକ୍ରମ ଲୋଇସିଂହା ପଂଚାୟତ ସୁଜିଆ ଗ୍ରାମରେ ଶତାଧିକ ବୃକ୍ଷରୋପଣ କରାଗଲା l ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ ନବକିଶୋର ନାଏକ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପିଇଓ ପ୍ରେମାନନ୍ଦ ମହାଳିଙ୍ଗ, ଏଡିଈଓ ମୁକେଶ ରାଜହଂସ, ଗାଁ ସାଥି ତନୁଜ ସାହୁ, ସୁଜିଆ ଗ୍ରାମର ମା ଓ ଭଉଣୀ ତଥା ଗ୍ରାମବାସୀ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ବୃକ୍ଷରୋପଣ କାର୍ଯ୍ୟକ୍ରମ ଟି ମା ପ୍ରତି ସମ୍ମାନ ଦେବାସହ ପରିବେଶ, ତାପମାତ୍ରା, ବୃଷ୍ଟିପାତ, ଅମ୍ଳଜାନ ସହ ମୃତ୍ତିକା ସଂରକ୍ଷଣ ଏହାର ଲକ୍ଷ୍ୟ ବୋଲି ଅତିଥି ବୃନ୍ଦ ମତ ଦେଇଥିଲେ l