-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
19-Sep-2025
ଆଜି ଡୁଙ୍ଗୁରିପାଲି ଓଡିଶା ଆଦର୍ଶ ବିଦ୍ୟାଳୟ ଫଟାମୁଣ୍ଡାରେ ଭି ଏମ ଡ଼ି ସି ବୈଠକ ଜିଲ୍ଲାପାଳ ନୃପରାଜ ସାହୁଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଏଡିଏମ ଅଞ୍ଜଳୀନା ପ୍ରଧାନ ଆସିଷ୍ଟାଣ୍ଟ ଜିଲ୍ଲାପାଳ ସତ୍ୟବ୍ରତ ସାହୁ, ବିଇଓ ଗଣେଶ କିସାନ ଏବଂ ଅନ୍ୟ ଭି ଏମ ଡ଼ି ସି ମେମ୍ବର ମଧ୍ୟ ଯୋଗ ଦେଇଥିଲେ ।
ବିଦ୍ୟାଳୟର ଅଧକ୍ଷ୍ୟ ହିମାଂଶୁ କୁଅଁର ଅତିଥ୍ଙ୍କୁ ଆମନ୍ତ୍ରିତ କରିବା ସହ ବିଦ୍ୟାଳୟର ସଫଳତା ବିଷୟରେ ବିବରଣୀ ପ୍ରଦାନ କରିଥିଲେ । ବିଦ୍ୟାଳୟର କିପରି ଉନ୍ନତି ସାଧୂତ ହବ ସେ ଉପରେ ସବିଶେଷ ଆଲୋଚନା ହୋଇଥିଲା ଉକ୍ତ ସଭାରେ ଜିଲ୍ଲାପାଳମହୋଦୟ ଯଥାଶୀଘ୍ର ଛାତ୍ରୀ ନିବାସରେ ଛାତ୍ରୀଙ୍କ ରହିବା ବ୍ୟବସ୍ଥା ଓ ବିଦ୍ୟାଳୟ ଶମୁଖରେ ଉନ୍ନତ ମାନର ଖେଳ ପଡିଆ ତିଆରି କରାଯିବ ବୋଲି କହିଥିଲେ |
ପରିଶେଷରେ ଜିଲ୍ଲାପାଳ ଶ୍ରେଣୀ ଗୃହରେ ପାଠ ପଢେଇବା ସହ ଶିକ୍ଷା ଏବଂ ଶିକ୍ଷକର ମହତ୍ବ ବିଷୟରେ ଛାତ୍ରଛାତ୍ରଙ୍କୁ ଅବଗତ କରେଇ ଥିଲେ ।
ରିପୋର୍ଟ: ଅରବିନ୍ଦ୍ ମିଶ୍ର