-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଦେଶ ବିଦେଶ

ଝିଅ ବାହାଘର ପାଇଁ ନଥିଲା ଟଙ୍କା: ମାଲିକର ଜାଆଁଳା ପୁଅଙ୍କୁ ଅପହରଣ କରି ଏକ କୋଟି ଟଙ୍କା ଦାବି କଲା ଡ୍ରାଇଭର

28-Jan-2021



ମୁମ୍ବାଇ (ପ୍ରେରଣା ଖବର ବ୍ୟୁରୋ) : ଝିଅ ବାହାଘର ପାଇଁ ଡ୍ରାଇଭର ପାଖରେ ନଥିଲା ଅର୍ଥ। ସେଥିପାଇଁ ସେ ନିଜ ମାଲିକଜଣକ ଜାଆଁଳା ଶିଶୁଙ୍କୁ ଅପହରଣ କରିନେଲା। ଏହାପରେ ଡ୍ରାଇଭରର ଜଣେ ସାଥି ମାଲିକଙ୍କୁ ଇଣ୍ଟରନ୍ୟାଶନାଲ କଲିଂ ଆପ୍ ଜରିଆରେ ଫୋନ କରି ଏକ କୋଟି ଟଙ୍କା ଦାବି କରିଥିଲା। ଡ୍ରାଇଭର ଭାବିଥିଲା ଏହି ଷଡଯନ୍ତ୍ରରେ ସେ ସଫଳ ହୋଇଯିବ। କିନ୍ତୁ ତା ପୂର୍ବରୁ ପୋଲିସ ତାକୁ ଓ ତା ସାଥିକୁ କାବୁ କରିନେଲା।

ପୋଲିସ କହିବାନୁଯାୟୀ, ଅଭିଯୁକ୍ତ ଡ୍ରାଇଭର ନିଜ ମାଲିକଙ୍କ ୧୦ ବର୍ଷର ଜାଆଁଳା ପୁଅଙ୍କୁ ସପ୍ତାହକୁ ୩ ଦିନ ଅନ୍ଧେରୀ ମନୀଷ ନଗରକୁ ଟେନିସ କୋଚିଂ ପାଇଁ ନେଇଯାଇଥାଏ। ଜାନୁଆରୀ ୨୫ ତାରିଖ ଦିନ ମଧ୍ୟ ଡ୍ରାଇଭର ପିଲାଙ୍କୁ ନେଇ କୋଚିଂ ପାଇଁ ଘରୁ ବାହାରିଗଲା। ସନ୍ଧ୍ୟାରେ ଡ୍ରାଇଭର ଦୌଡ଼ି ଦୌଡ଼ି ଡିଏନ ନଗର ଥାନାରେ ପହଞ୍ଚିଲା। ଥାନାରେ ସେ ଯାଇ କହିଲା ତା ମାଲିକଙ୍କ ଦୁଇ ପୁଅଙ୍କୁ ଅପହରଣ କରାଯାଇଛି। ସେ କହିଲା ଦୁଇ ପୁଅଙ୍କୁ ନେଇ ସେ ଟେନିସ କୋଚିଂ ପାଇଁ ଯାଇଥିଲା। ସେତେବେଳେ ଜଣେ ଦୁର୍ବୁତ୍ତ ଆସି ଛୁରୀ ଦେଖାଇ ଫର୍ଚୁନର କାର ଭିତରେ ବସିଲା ଓ କାରକୁ ଜୁହୁ ଆଡକୁ ନେଇଯାଇଥିଲା। ସେଠାରେ ଅପହରଣକାରୀ ତାକୁ ଓ ପିଲାଙ୍କୁ ଦୁଇଟି ଲେଖାଏଁ ବଟିକା ଖାଇବାକୁ ଦେଇଥିଲେ ବୋଲି ସେ କହିଥିଲା। ଏହାପରେ ଅପହରଣକାରୀ ସେମାନଙ୍କ ହାତ ବାନ୍ଧି ଦେଇଥିଲେ।

ତାପରେ ସେଠାରେ ୩ଟି ବାଇକରେ ଆଉ ୬ଜଣ ପହଞ୍ଚିଥିଲେ। ଏହାପରେ କ୍ରୋମା ମଲ ସାମ୍ନାରେ ସେଠାରେ ଛିଡା ହୋଇଥିବା ଏକ ବସରେ ଜଣେ ଶିଶୁକୁ ବାନ୍ଧି ଦେଇଥିଲେ। ଡ୍ରାଇଭରକୁ ଓ ଅନ୍ୟ ଶିଶୁକୁ ଅପହରଣକାରୀ ନିଜ ସହ ନେଇଯାଇଥିଲେ। ଏହାପରେ ଅଭିଯୁକ୍ତମାନେ ଇଣ୍ଟରନ୍ୟାଶନାଲ କଲିଂ ଆପ୍ ଜରିଆରେ ଫୋନ୍ କରି ମାଲିକଙ୍କୁ ଏକ କୋଟି ଟଙ୍କା ଦାବି କରିଥିଲେ।

ସୂଚନା ପାଇବା ପରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା ଓ ଜଣେ ଶିଶୁକୁ ଉଦ୍ଧାର କରିଥିଲା। ବସରେ ବନ୍ଧା ହୋଇଥିବା ଶିଶୁକୁ ସେଠାରେ ଉପସ୍ଥିତ କିଛି ଲୋକ ଉଦ୍ଧାର କରିଥିଲେ। ତଦନ୍ତ ବେଳେ ପୋଲିସକୁ ଡ୍ରାଇଭରର କାହାଣୀ ଉପରେ ସନ୍ଦେହ ହୋଇଥିଲା। ଡ୍ରାଇଭରକୁ ପୋଲିସ ଜେରା କରିଥିଲା। ଜେରା ସମୟରେ ସେ ନିଜ ଦୋଷ ସ୍ୱୀକାର କରିଥିଲା। ସେ କହିଲା ଯେ ଝିଅ ବାହାଘର ପାଇଁ ତାକୁ ଟଙ୍କା ଦରକାର ଥିଲା। ଟଙ୍କା ଯୋଗାଡ ପାଇଁ ସେ ନିଜ ଶଳାକୁ ଦିଲ୍ଲୀକୁ ଡାକିଥିଲା। ଡ୍ରାଇଭର ଅପହରଣ ଟଙ୍କାରୁ ଅଧା ଶଳାକୁ ଦେବାକୁ ପ୍ରତିଶୃତି କରିଥିଲା। ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like