-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
16-Sep-2025
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ୍ସରେ ମେସିନ ନଥିବାରୁ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ପରୀକ୍ଷା ନେଇ ରୋଗୀମାନେ ହନ୍ତସନ୍ତ ହେଉଥିବା ବେଳେ ଅନ୍ୟ ସ୍ଥାନକୁ ଯାଇ ଦୁଃଖ ଉପରେ ଟଙ୍କାର ବୋଝରେ ଘାଇଲା ହେଉଥିବା ଜଣାପଡିଛି ।ଅନ୍ୟ ପଟେ ଏଠାରେ ଏକ୍ସରେ ମେସିନ ନାହିଁ ସତ କିନ୍ତୁ ଏକ୍ସରେ(ଟେକିନିସିଏନ) ଦାୟିତ୍ୱରେ ରାଜେଶ ଲୁହା ନାମକ ଜଣେ ବ୍ୟକ୍ତି ଗତ ୨୦୨୪ ଡିସେମ୍ବର ଠାରୁ ପୋଷ୍ଟିଂ ପାଇଛନ୍ତି ।ହେଲେ ଉକ୍ତ ବ୍ୟକ୍ତି ଜଣକ ଏଠାରେ ଡିୟୁଟି ନକରି ଡୁଙ୍ଗୁରିପାଲି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ନିଜର ଦାୟିତ୍ଵ ନିର୍ବାହ କରି ଆସୁଛନ୍ତି। ସ୍ବାସ୍ଥ୍ୟ ଅମୂଲ୍ୟ ସମ୍ପଦ ହୋଇଥିବାରୁ ଲୋକଙ୍କ ସ୍ବାସ୍ଥ୍ୟର ଉନ୍ନତି ସକାଶେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣୟନ କରାଯାଇ କୋଟି କୋଟି ଟଙ୍କା ଅନୁଦାନ ଯୋଗାଇ ଦେଉଛନ୍ତି ।ମାଗଣାରେ ଚିକିତ୍ସା ସହିତ ମାଗଣାରେ ଔଷଧ ମିଳୁଛି ।ହେଲେ ଡାକ୍ତରଖାନା ମାନଙ୍କରେ ଆବଶ୍ୟକ ଅନୁଯାଇ ଡାକ୍ତର ପଦବୀ ପୂରଣ ହେଉ ନଥିବାରୁ ବିଭିନ୍ନ ପ୍ରକାରର ରୋଗରୁ ରୋଗୀ ଦେଖାଇବାରେ ବଞ୍ଚିତ ହେଉଛନ୍ତି ।ସେହିପରି ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଉପକରଣ ଥିଲେ ମଧ୍ୟ ତାହା ଠିକ ଭାବେ କାର୍ଯ୍ୟକ୍ଷମ କରାଯାଉ ନାହିଁ ଉଦାହରଣ ସ୍ୱରୂପ ବିନିକା ଡାକ୍ତରଖାନାରେ ଅଲଟ୍ରାସାଉଣ୍ଡ ମେସିନ ରହିଛି ।ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ମଧ୍ୟ ଏଠାରେ ଡିୟୁଟି କରୁଛନ୍ତି ।ହେଲେ ଅଦ୍ୟାବଧି ମହିଳାଙ୍କ ଉଦ୍ଦେଶ୍ୟରେ ଲାଗି ପାରିନାହିଁ ।ଯାହା ଫଳରେ ଗର୍ଭବତୀ ମହିଳା ମାନେ ନିଜର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସୁଦୂର ୩୦କିମି ସୁବର୍ଣ୍ଣପୁର,ଡୁଙ୍ଗୁରିପାଲି,ବରପାଲି କିମ୍ବା ବେସରକାରୀ ନର୍ସିଂ ହୋମ ମାନଙ୍କରେ ମୋଟା ଟଙ୍କା ଦେଇ ପରୀକ୍ଷା କରୁଛନ୍ତି ।ଅନ୍ୟ ପକ୍ଷରେ ଏକ୍ସରେ ମେସିନ ମଧ୍ୟ ନଥିବାରୁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହିତ ଦୂର ଦୁରାନ୍ତକୁ ଯାଇ ଖର୍ଚ୍ଚାନ୍ତରେ ପଡ଼ୁଛନ୍ତି ।ତେଣୁ ତୁରନ୍ତ ବିନିକା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ଅଲଟ୍ରାସାଉଣ୍ଡକୁ କାର୍ଯ୍ୟକ୍ରମ ଏବଂ ଏକ୍ସରେ ମେସିନ ଯୋଗାଇ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।