-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
28-Jan-2021
ଭୁବନେଶ୍ୱର(ପ୍ରେରଣା ଖବର) : ଭୁବନେଶ୍ୱରର ସବୁ ହାଟକୁ ସ୍ମାର୍ଟ ହାଟରେ ପରିଣତ କରାଯିବା ସହିତ ରାଜ୍ୟ ସ୍ତରୀୟ ମଡେଲ୍ ହାଟ ବି କରାଯିବ। ଏନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ତା ସହିତ ରାଜଧାନୀରେ ସ୍ୱତନ୍ତ୍ର ଓ ଶୀତତାପ ନିୟନ୍ତ୍ରିତ ମାଛ ମାର୍କେଟ ଓ ପାର୍କିଂ ସ୍ଥଳ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି। ୮ ଏକର ୧୬୨ ଡେସିମିଲର ଡମଣା ହାଟକୁ ରାଜ୍ୟସ୍ତରୀୟ ମଡେଲ ହାଟରେ ପରିଣତ କରାଯିବ।
ଭୁବନେଶ୍ୱର ମହାନଗର ନିଗମ ଏହି କାର୍ଯ୍ୟ କରିବ। ବିଏମ୍ସି ରାଜଧାନୀର ବିଭିନ୍ନ ହାଟର ବିକାଶ କାର୍ଯ୍ୟ ହାତକୁ ନେବ ବୋଲି ସୂଚନା ମିଳିଛି। ମଡେଲ୍ ହାଟ କରିବା ପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ କରିବ BMC। ଖୁବ୍ ଶୀଘ୍ର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ସହ ଯେଉଁମାନେ ଜାଗା ଜବରଦଖଲ କରିଛନ୍ତି ସେସବୁ ଉଚ୍ଛେଦ ହେବ ବୋଲି ବିଏମ୍ସିର ଜଣେ ବରିଷ୍ଠ ଅଧତ୍କାରୀ ସୂଚନା ଦେଇଛନ୍ତି।