-+91-9937148622 |
prerana_bgr@rediffmail.com |
Sunday 21st June 2026 |
R.N.I. Regd No. ODIODI/2010/46693
Breaking News
07-Sep-2025
(ପ୍ରିୟଦର୍ଶିନୀ ପାତ୍ର,)
ଡାବୁଗାଁ ବ୍ଲକ ଅନ୍ତର୍ଗତ ମତିଗାଁ ରେ ସତ୍ୟ ସନାତନ ମହିମା ସମାଜର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇ ଯାଇଛି। ବ୍ରହ୍ମ ଅବଧୂତ ଅନାଦି ବାବା, ବ୍ରହ୍ମ ଅବଧୂତ ସୌଭାଗ୍ୟ ବାବା, ରାମଚନ୍ଦ୍ର ବାବା, ଭଗତରାମ ବାବା, ଲୋକନାଥ ବାବା ଙ୍କ ସାନ୍ନିଧ୍ୟ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦ ଅଧ୍ୟକ୍ଷ ମତିରାମ ନାୟକ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ସୂର୍ଯ୍ୟବଂଶୀ ଜୟନ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟ ପ୍ରମୁଖ ବ୍ୟକ୍ତି ମଧ୍ୟରେ ଜି. ସାଇରାଜୁ , ଏମ୍.ଅପା ରାଓ, ବଂଶୀଧର ମାଝୀ, ବିଭୁଦତ ମେହେର, ଜଗନ୍ନାଥ ମେହେର ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ନୂଆଁଖାଇ ଭେଟଘାଟ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।