-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ସୁନାମୁଦୀ ରେ ବିଶାଳ ନୁଆଁଖାଇ ଭେଟଘାଟ. ଅଧିକାର ହାସଲ ପାଇଁ ଆନ୍ଦୋଳନ ଆବଶ୍ୟକ - ସାଂସଦ ନିରଞ୍ଜନ.

07-Sep-2025



ପାଟଣାଗଡ(ପ୍ରେରଣା ଖବର): ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପାଟଣାଗଡ ବ୍ଲକ ତରଫରୁ ସୁନାମୁଦୀ ଠାରେ ବିଶାଳ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଯାଇଛି. ଆଦିବାସୀ ମାନେ ପାରମ୍ପରିକ ନୃତ୍ୟଗୀତ ସହିତ ଗାଁରେ ସାଂସ୍କୃତିକ ଶୋଭାଯାତ୍ରା କରିଥିଲେ. ପରେ  ସଂଘର ବ୍ଲକ ସଭାପତି ଭୁବନେଶ୍ୱର କୁଅଁର ଙ୍କ ସଭାପତିତ୍ୱ ରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା. ସଭା ରେ ମୂଖ୍ୟ ଅତିଥି ସାଂସଦ ରାଜ୍ୟସଭା ନିରଞ୍ଜନ ବିଶି, ସମ୍ମାନିତ ଅତିଥି ସଂଘର  ଜ଼ିଲ୍ଲା ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦl,ବ୍ଲକ ସଭାପତି ପଦ୍ମନ ପ୍ରଧାନୀ ଟିଟିଲାଗଡ଼, ମନ ରଞ୍ଜନ ଭୋଇ ବଙ୍ଗୋମୁଣ୍ଡା, ରାଜୀବ କୁଅଁର ମୁରିବାହାଲ, ସନ୍ତୋଷ ପୁଟା ସଇଁତଲା , ବଲାଙ୍ଗିର ନଗର ସଭାପତି ରାମଚନ୍ଦ୍ର ମୁର୍ମୁ, ଟିଟିଲାଗଡ଼ ନଗର ସଭାପତି ନିତ୍ୟାନନ୍ଦ ମାଝୀ,ଶ୍ରୀମତୀ ଲଷ୍ମୀ ଶବର ଖପ୍ରାଖୋଲ, ଭୁବନେଶ୍ୱର ଧରୁଆ ଆଗଲପୁର, ପ୍ରଫୁଲ୍ଲ ପ୍ରଧାନୀ, କୈଳାଶ ପ୍ରଧାନୀ, ପାର୍ଥରାମ ଭୋଇ, ସଂକୀର୍ତନ ସିକା,ସୁନାମୁଦୀ ପଞ୍ଚାୟତ ସଭାପତି, ସମ୍ପାଦକ ପ୍ରମୁଖ ମଞ୍ଚାସିନ ଥିଲେ l ସାଂସଦ ରାଜ୍ୟସଭା, ନିରଞ୍ଜନ ବିଶି ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ ଯେ ରାଜ୍ୟରେ ଆଦିବାସୀ ମୁଖ୍ୟମନ୍ତ୍ରୀ ଅଛନ୍ତି ସତ କିନ୍ତୁ ଆଦିବାସୀ ସମ୍ପ୍ରଦାୟ ର ବିକାଶ ପାଇଁ କୌଣସି କାର୍ଯ୍ୟ କରାଯାଉନାହିଁ l ଆଦିବାସୀ ସମୁଦାୟ ର କଲ୍ୟାଣ ପାଇଁ ଉଦ୍ଧିଷ୍ଟ ଯୋଜନା ଗୁଡିକୁ ସରକାର ବନ୍ଦ କରିଦେଉଛନ୍ତି l   ଉଦାହରଣ ମାଧ୍ୟମରେ ସାଂସଦ ଶ୍ରୀ ବିଶି ଉଦବେଗ ପ୍ରକାଶ କରି କହିଲେ ଯେ ରାଜ୍ୟରେ ୨୩ ପ୍ରତିଶତ ଆଦିବାସୀ ଛାତ୍ରଛାତ୍ରୀ ପାଇଁ ଘରୋଇ ଇଂରାଜୀ ଶିକ୍ଷାନୁଷ୍ଠାନ ମାନଙ୍କରେ ଏସଟି ଏସସି ଛାତ୍ରଛାତ୍ରୀ ସରକାରୀ ଖର୍ଚ୍ଚରେ ପଢ଼ିବା ସୁଯୋଗ ପାଉଥିଲେ l ଆବାସିକ ସୁବିଧା ପାଇଁ ଅନ୍ଵେଷା ହଷ୍ଟେଲ ପ୍ରତିଷ୍ଠା ହୋଇଛି l ୨0୧୫ ମସିହାରୁ  ଓଡିଶା ରେ ୨୩ ହଜାର ଏସଟି ଏସସି ଛାତ୍ରଛାତ୍ରୀ ୯୮ ଟି ଅନ୍ଵେଷା ହଷ୍ଟେଲ ପଢୁଛନ୍ତି l କିନ୍ତୁ ସରକାର ଏହି ଯୋଜନାରେ ଚଳିତ ଶିକ୍ଷା ବର୍ଷ ରୁ ପ୍ରଥମ ଶ୍ରେଣୀ ରେ ନାମ ଲେଖା ବନ୍ଦ କରିଦେଇଛନ୍ତି l ସରକାରଙ୍କ ଏଭଳିଆ ମାନସିକତା ଏସଟି ଏସସି ବିରୋଧୀ

ମନୋଭାବ ର ପରିଚୟ ବୋଲି ସାଂସଦ ଶ୍ରୀ ବିଶି କ୍ଷୋଭ ପ୍ରକାଶ କରିଥିଲେ l ସେହିଭଳି ମେଡିକାଲ, ଇଞ୍ଜିନିୟରିଙ୍ଗ, ପ୍ରଫେସନେଲ ଉଚ୍ଚ ଶିକ୍ଷାନୁଷ୍ଠାନ ରେ ଏସଟି ସମ୍ପ୍ରଦାୟ ପାଇଁ ୨୩ ପ୍ରତିଶତ ସଂରକ୍ଷଣ ବଦଳରେ ୧୨ ପ୍ରତିଶତ ଏବଂ ଏସସି ପାଇଁ ୧୭ ପ୍ରତିଶତ ବଦଳରେ ୮ ପ୍ରତିଶତ କୋଟା ବ୍ୟବସ୍ଥାକୁ ରାଜ୍ୟସଭା ସାଂସଦ ଶ୍ରୀ ବିଶି କଡ଼ା ସମାଲୋଚନା କରିଥିଲେ l  ଜମି,ଜଳ,ଜଙ୍ଗଲ ଉପରେ ଆଦିବାସୀଙ୍କ ଅଖଣ୍ଡ ଅଧିକାର ରହିଛି l ଆଦିବାସୀ ବସବାସ କରୁଥିବା ଜମି ଜଙ୍ଗଲ ଅଞ୍ଚଳ ରେ ଖଣିଜ ପଦାର୍ଥ ରହିଛି l ତେବେ ଖଣିଜ ଦ୍ରବ୍ୟ ଉତ୍ତୋଳନ ନାଁ ରେ ଆଦିବାସୀ ମାନଙ୍କୁ ବିସ୍ଥାପନ କରିବା ଅନୁଚିତ ବୋଲି ଚେତାବନୀ ଦେଇଥିଲେ l ଶେଷରେ ଓଡ଼ିଆ ମାଧ୍ୟମରେ ପଢ଼ିଥିବା ମୁରିବାହାଲ ବ୍ଲକ ଚଲକି ଗାଁ ର ବିଷ୍ଣୁ ଚରଣ ମାଝୀ ନିଟ ପରୀକ୍ଷାରେ ୧୧୧ ରେଙ୍କ ରେ କୃତିତ୍ୱ ହାସଲ କରି ବୁର୍ଲା  ମେଡିକାଲ କଲେଜ ରେ ଏମବିବିଏସ ପଢ଼ିବା ର ଉଦାହରଣ ସୃଷ୍ଟି କରିଥିବାରୁ ଶ୍ରୀ ମାଝୀଙ୍କୁ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଶ୍ରୀ ମାଝୀ ଙ୍କୁ ଉତ୍ସାହିତ କରିବା ପାଇଁ ସଂଘ ତରଫରୁ ୫ହଜାର ଟଙ୍କା ଆର୍ଥିକ ସହଯୋଗ କରାଯାଇଥିଲା l ସଂଘ ର ସହ ସାଧାରଣ ସମ୍ପାଦକ ଗିରିଧାରୀ ଭୋଇ ସଭା ପରିଚାଳନା କରିଥିଲେ l


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like