-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
02-Sep-2025
ବିନିକା(ହିମାଂଶୁ ଶେଖର ପୁଟେଲ) ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ କମିଶନର ତଥା ସୁବର୍ଣ୍ଣପୁର ଜିଲ୍ଲା ଷ୍ଟେଟ ନୋଡାଲ ଅଫିସର ଅରବିନ୍ଦ ଅଗ୍ରୱାଲ ମଙ୍ଗଳବାର ବିନିକା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବା ସହିତ ଚାଷୀଙ୍କ ସହିତ ଆଲୋଚନା କରିଥିଲେ ।ପ୍ରାରମ୍ଭରେ ସଚିବ ଶ୍ରୀ ଅଗ୍ରୱାଲ ଚରଦା ଗ୍ରାମୀଣ ଶିଳ୍ପ ଉଦ୍ୟାନ କେନ୍ଦ୍ରକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଅନୁଷ୍ଠିତ ସଭାରେ ସଚିବ ଶ୍ରୀଅଗ୍ରୱାଲ ମା ମାନେ ଛତି ଚାଷ, ଖଳିଦନା,ଫିନାଇଲ,ଖାତା, ଧୂପକାଠି ଆଦି ସାମଗ୍ରୀ ଉତ୍ପାଦନ କରି ସେ ଗୁଡ଼ିକ ଵଜାରରେ ବିକ୍ରୀ କରି ସ୍ବାବଲମ୍ବୀ ହୋଇ ପାରିବେ ସେନେଇ ବୁଝାଇଥିଲେ l ପରେ ଏସଏଚଜି ମାନଙ୍କ ବିଭିନ୍ନ ଶିଳ୍ପ ପ୍ରକଳ୍ପ ବୁଳି ଦେଖିଥିଲେ l ସେହିପରି ସଚିବ ଶ୍ରୀ ଅଗ୍ରୱାଲ ବିନିକା ନୂଆବଜାର ଠାରେ ଚୌଧୁରୀ ଉଦ୍ୟୋଗ ଦ୍ଵାରା ପଲିଥିନ ଉତ୍ପାଦନ କେନ୍ଦ୍ର,ଗୁଳୁଣ୍ଡା ଠାରେ ଥିବା ଉଦ୍ୟାନ କୃଷି କେନ୍ଦ୍ର ଚାଷୀଙ୍କ ସହିତ ଆଲୋଚନା, ଜାମପାଲି ଠାରେ ପାଇପ ଯୋଗେ ଜଳଯୋଗାଣ କେନ୍ଦ୍ର ପରିଦର୍ଶନ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାପାଲ ଡ,ନୃପରାଜ ସାହୁ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ସୁବର୍ଣ୍ଣପୁର ଅଶ୍ୱିନୀ କୁମାର ମେହେର ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ସାମିଲ ହୋଇଥିଲେ।