-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
27-Jan-2021
କଳାହାଣ୍ଡି (ସଂଜୀବ ଦାଶ) : କଳାହାଣ୍ଡି କେସିଙ୍ଗା ତେଲ ନଦୀର ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହେଉଥିବା ଚାଷୀମାନଙ୍କ ଦୁଃଖ ବୁଝିବା ପାଇଁ ଜଳସେଚନ ମନ୍ତ୍ରୀ ରଘୁନନ୍ଦନ ଦାଶ ଟ୍ରାକ୍ଟରରେ ନର୍ଲା ବିଧାୟକଙ୍କ ସହ ନଦୀ ଖଣ୍ଡି ଅଞ୍ଚଳ ବୁଲି ଦେଖିଛନ୍ତି । ଏ ଅଂଚଳରେ ବହୁ ଦିନରୁ ତେଲ ନଦୀ ବନ୍ୟା ଯୋଗୁଁ ସ୍ଥାନୀୟ ଲୋକେ କ୍ଷତିଗ୍ରସ୍ତ ହୋଇ ଆସୁଛନ୍ତି। ଆଡିବନ୍ଧ ନ ଥିବାରୁ ହଜାର ହଜାର ହେକ୍ଟର ଜମି କ୍ଷତିଗ୍ରସ୍ତ ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରୁଥିଲେ ।
କେସିଙ୍ଗା ବ୍ଲକ କାନ୍ତେଶୀର, କଶୃପଡା, ନୂନମାଠ ଅଞ୍ଚଳ ଲୋକେ ଚିରସ୍ରୋତା ନଦୀ ରହିଥିଲେ ସୁଦ୍ଧା ରବି ଋତୁରେ ପାଣି ପାଉ ନାହାନ୍ତି । ସେଥିପାଇଁ ଏକ ନଦୀ ବନ୍ଧ ନିର୍ମାଣ ପାଇଁ ଲୋକେ ଦାବି କରିଛନ୍ତି ।