-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
27-Jan-2021
ଲୋଇସିଂହା, (ବିନୋଦ କୁମାର ଦୀପ ): ଲୋଇସିଂହା ଆଦିବାସୀ ଭବନ ଠାରେ 72 ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ବିଶିଷ୍ଟ ସମାଜସେବୀ ତଥା ମୁଖ୍ୟଅତିଥି ବିଜୟ ମହାନନ୍ଦଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଅସୀମା ଚାରିଟେବଲ ଟ୍ରଷ୍ଟ ନାମକ ଏକ ସାମାଜିକ ସଂସ୍ଥାର ଶୁଭାରମ୍ଭ ହୋଇଯାଇଛି ଏସସି, ଏସଟି, ଦଳିତ ଓ ପଛୁଆବର୍ଗଙ୍କ ଅସୁବିଧା ବେଳେ ଏହା ସମାଜସେବା ଭାବେ ସହାୟକ ହେବ l ଶିକ୍ଷା, ସ୍ୱାସ୍ଥ୍ୟ ଉପରେ ଏହାର ବିଶେଷ ଗୁରୁତୁ ରହିବ ଯାହାକି ଅସୀମାଙ୍କ ସ୍ୱପ୍ନ ଥିଲା ବୋଲି ଶ୍ରୀ ମହାନନ୍ଦ କହିଛନ୍ତି l ମୁଖ୍ୟବକ୍ତା ଜାତୀୟ ଏକତା ଏସସି, ଏସଟି, ଦଳିତ ଓ ସଂଖ୍ୟାଲଘୁର ରାଜ୍ୟ ସଭାପତି ଜଗନ୍ନାଥ ମେଘ ଭାରତୀୟ ସମ୍ବିଧାନ ବିଷୟରେ ଅବଗତ କରିଥିଲେ l ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଜୀବନୀ ସଂଘର୍ଷ ଓ ସମାଜ ଲାଗି ଦିଗଦର୍ଶନ ବିଷୟରେ ଆଲୋକପାତ କଲେ l 26 ଜାନୁୟାରୀ ଲୋକଙ୍କ ସମାନତା ଓ ସ୍ୱତନ୍ତ୍ରତା ର ପରିଚୟ ଦିଏ ଯାହାକି ବାବା ଆମ୍ବେଦକରଙ୍କ ଲାଗି ହିଁ ସମ୍ଭବ ବୋଲି କହିଥିଲେ l ହିମାଂଶୁ ସିକ୍କା, ଦୈତାରୀ ମହାନନ୍ଦ, ଗନ୍ଧର୍ବୀ ନାଗ, ରାଜକୁମାରୀ ବାଗ, କାଁହୁଚରଣ ପଧାନ, ଗୋପାଳ ପଧାନ, ଜନ୍ମଜୟ ବାରିକ, ଲାଲମନ ନାଗ, ପ୍ରତିମା ଭୋଇ, ନିର୍ମଳା ସାଗର ସମସ୍ତେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ବିଶେଷ ସହଯୋଗ
କରିଥିଲେ l