-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
31-Aug-2025
ବୀରମହାରାଜପୁର,(ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହରିହର ଯୋର ମାଧ୍ୟମ ଜଳ ସେଚନ ପ୍ରକଳ୍ପ ( ଠେଙ୍ଗୋ ଡ୍ୟାମ) ଠାରେ ରବିବାର ଦିନ ପଶ୍ଚିମ ଓଡିଶା କନଷ୍ଟ୍ରକସନ କର୍ମଚାରୀ ସଂଘର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ନିଳାଞ୍ଚଳ ପ୍ରଧାନ ସଭାପତିତ୍ବ କରିଥିଲେ। ଉକ୍ତ ବୈଠକ ପ୍ରାରମ୍ଭରେ ପୂର୍ବ ବୈଠକ ର ବିବରଣୀ ପ୍ରଦାନ କରାଯାଇଥିଲା। ସଂଘର ବରିଷ୍ଠ ସଦସ୍ୟ ସୁପ୍ତେଶ୍ଵର ପଧାନ,ଅଜିତ କୁମାର ସାହୁ, ରାଜ କୁମାର ମେଣ୍ଡିଲୀ, ରୁପେନ କର୍ଣ୍ଣ,ସୁଧାଂଶୁ ସାମଲ,ପ୍ରଶାନ୍ତ ତ୍ରିପାଠୀ,ମୋହନ ଲୁହା, ଅଶ୍ଵିନି ନାଏକ ପ୍ରମୁଖ ବିଭିନ୍ନ ଗଠନ ମୂଳକ ପ୍ରସ୍ତାବ ଦେଇଥିଲେ। ବିଶେଷ କରି କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ଉପରେ ବିଭିନ୍ନ ପ୍ରସ୍ତାବ ଆଲୋଚନା କରାଯାଇଥିଲା। ପଶ୍ଚିମ ଓଡିଶା କନଷ୍ଟ୍ରକସନ କର୍ମଚାରୀ ସଂଘର ପରିଚାଳନା କମିଟି ଗଠନ କରାଯିବାକୁ ସ୍ଥିର କରାଯାଇଥିଲା। ସର୍ବ ସମ୍ମତିକ୍ରମେ ଏକ ପରିଚାଳନା କମିଟିର ଗଠନ କରାଗଲା। ଏଥିରେ ନିଳାଞ୍ଚଳ ପଧାନ ଙ୍କୁ ସଭାପତି, ବୁଧୁରାମ କର୍ଣ୍ଣ ଙ୍କୁ ଉପସଭାପତି, ରାଜକୁମାର ଭୋଇ ଙ୍କୁ ସମ୍ପାଦକ ଓ ହୃଦାନନ୍ଦ ଘିବିଲା ଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ଶେଷରେ ସଂଘର ଅଜିତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।