-+91-9937148622 |
prerana_bgr@rediffmail.com |
Thursday 2nd July 2026 |
R.N.I. Regd No. ODIODI/2010/46693
Breaking News
31-Aug-2025
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳର ଯୁବ କବି ଶୁଭ୍ରାଂଶୁ ଶେଖର ପାଢ଼ୀଙ୍କୁ ମାଁ ସମଲେଇ ସାରସ୍ଵତ ସମ୍ମାନ ସମ୍ମାନରେ ସମ୍ବର୍ଦ୍ଧିତ କରିଛି ଓଡ଼ିଶାର ଅନ୍ୟତମ ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ, କୈବଲ୍ୟ ସାହିତ୍ୟ ସଂସଦ । କଟକ ଜିଲ୍ଲାର ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ କୈବଲ୍ୟ ସାହିତ୍ୟ ସଂସଦ ସମ୍ବଲପୁରସ୍ଥିତ ଓଡ଼ିଶା ସାଂସ୍କୃତିକ ସମାଜ ଭବନ ପରିସରରେ ନୂଆଁଖାଇ ଲୋକ ସଂସ୍କୃତି ମହୋତ୍ସବ ମହା ସମାରୋହରେ ପାଳନ କରିଛି । ଦୁଇଟି ଅଧିବେଶନରେ ଆୟୋଜିତ ଉକ୍ତ ଉତ୍ସବରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ବ କରିଥିଲେ । ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ସଭା ଉଦଘାଟନ କରିଥିବା ବେଳେ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର କୁଳପତି ଡକ୍ଟର ସୁଶାନ୍ତ କୁମାର ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ପ୍ରଫେସର ଡ. ପ୍ରମୋଦ କୁମାର ପାଢ଼ୀ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବରେ ପ୍ରଫେସର ଡ. ବିଜୟାନନ୍ଦ ବେହେରା ଯୋଗ ଦେଇଥିଲେ ।ସେହିପରି ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ପ୍ରଦୀପ କୁମାର ରଥ, ଶ୍ରୀଯୁକ୍ତ ଭବାନୀ ଶଙ୍କର ପଟେଲ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଯୁବକବି ଶୁଭ୍ରାଂଶୁ ଶେଖର ପାଢ଼ୀଙ୍କ ଓଡ଼ିଆ ସାହିତ୍ୟ ପ୍ରତି ଅବଦାନକୁ ସମ୍ମାନ ଜଣାଇ ମାଁ ସମଲେଇ ସାରସ୍ଵତ ସମ୍ମାନରେ ସମ୍ବର୍ଦ୍ଧିତ କରିଛି । ସମ୍ମାନ ଗ୍ରହଣ କରିବା ପରେ କବି ଶ୍ରୀ ପାଢ଼ୀ ଅନୁଷ୍ଠାନକୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ପ୍ରକାଶ ଥାଉ କି ଉକ୍ତ କାର୍ଯ୍ୟକ୍ରମରେ ବୀରମହାରାଜପୁର ଅଞ୍ଚଳର ବରିଷ୍ଠ ଲେଖକ କମ୍ଭୁଧର ସୁନା ଓ ନାରାୟଣ ଦେହୁରୀ ମଧ୍ୟ ସମ୍ବର୍ଦ୍ଧିତ ହୋଇଥିବା ସୂଚନା ମିଳିଛି ।