-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
27-Jan-2021
ରାଞ୍ଚି,(ପ୍ରେରଣା ଖବର ବ୍ୟୁରୋ) : ଝାଡ଼ଖଣ୍ଡର ସରାୟକେଲା ଜିଲ୍ଲା ଅନ୍ତର୍ଗତ କପୀଳି ଥାନା ଅଞ୍ଚଳରେ ଏକ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି । ଭାଉଜର ପ୍ରେମିକକୁ ହତ୍ୟା କରି ମୃତଦେହକୁ ନିର୍ଜନ ବୁଦା ଆଡ଼କୁ ଦିଅର ଫିଙ୍ଗି ଦେଇଥିବା ଜଣା ପଡ଼ିଛି । ପ୍ରେମିକର ହତ୍ୟା ପରେ ପ୍ରେମିକା ରାତିସାରା ମୃତଦେହ ପାଖରେ ବସି ରହି କାନ୍ଦୁଥୁବା ଦେଖିବାକୁ ମିଳିଥିଲା । ପର ଦିନ ସକାଳୁ ଏ ସଂକ୍ରନ୍ତରେ ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା । ମହିଳାଙ୍କ ଅଭିଯୋଗକୁ ଆଧାର କରି ପୋଲିସ୍ ଅଭିଯୁକ୍ତ ବିରୋଧରେ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
ଘଟଣା ଅନୁସାରେ ଚାଣ୍ଡିଲ୍ ଅନୁମଣ୍ଡଳ ଗ୍ରମରେ ରହୁଥିବା ବିବାହିତା ମହିଳା ଚିନ୍ତାମଣି ମାଝିଙ୍କର ପାଖ ଗାଁର ସୋମ ମାଝିଙ୍କ ସହ ପ୍ରେମ ସମ୍ୱନ୍ଧ ଥିଲା । ଦୁଇ ଦିନ ପୂର୍ବରୁ ଚିନ୍ତାମଣିଙ୍କ ପ୍ରେମିକ ତାଙ୍କ ଘରକୁ ଆସିଥିଲା । ଏହି ସମୟରେ ଚିନ୍ତାମଣିଙ୍କ ଦିଅର ଲୁଗାଇ ମାଝି ଘରେ ପହଞ୍ଚି ଯାଇଥିଲେ ଏବଂ ତାଙ୍କ ଭାଉଜ ଓ ସୋମ ମାଝିକୁ ଆପତ୍ତିଜନକ ଅବସ୍ଥାରେ ଥିବା ଦେଖିନେଇଥିଲା । ଏହାପରେ ଲୁଗାଇ ସେ ସମୟରେ ଶାନ୍ତ ପଡ଼ି ଯାଇଥିଲା । କିନ୍ତୁ ସେ ସେମ ମାଝିକୁ ମାରିବା ପାଇଁ ଯୋଜନା କରିଥିଲା ।
ମହିଳା ଜଣକ ପୋଲିସ୍ କୁ ଦେଇଥିବା ବୟାନ ଅନୁସାରେ, ଦିଅର ଲୁଗାଇ ମାଝି ତାର ଦୁଇ ସାଙ୍ଗଙ୍କୁ ଡାକି ମହିଳାଙ୍କ ସାମ୍ନାରେ ହିଁ ସୋମ ମାଝିକୁ ଘୋଷାଡ଼ି ବାହାରକୁ ନେଇ ଯାଇଥିଲା । ପଥରରେ ଛେଚି ସୋମକୁ ହତ୍ୟା କରିବା ସହ ତାକୁ ପାଖ ଏକ ବୁଦାକୁ ଫୋପାଡ଼ି ଦେଇଥିଲା । ଏହାପରେ ଅଭିଯୁକ୍ତ ସେଠାରୁ ଫେରାର୍ ହୋଇଯାଇଥିଲା । ତେବେ ଏ ନେଇ ପୋଲିସ୍ ଫେରାର୍ ଅଭିଯୁକ୍ତ ବିରୋଧରେ ହତ୍ୟା ମାମଲା ରୁଜୁ କରି ଆସାମୀକୁ ଖୋଜୁଥିବା ଜଣାପଡ଼ିଛି ।