-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
27-Jan-2021
ନୂଆପଡ଼ା: (ପ୍ରେରଣା ଖବର ବ୍ୟୁରୋ) କରୋନା ଟିକା ନେଇଥିବା ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ହେଲେ ନୂଆପଡ଼ା ଜିଲ୍ଲା ଦିଆନମୁଣ୍ଡାର ନାନିକରାମ୍ କେଉଟ। କରୋନା ଟିକା ନେବା ପରେ ନାନିକରାମ୍ଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।
ଗତ ୨୩ ତାରିଖରେ ନାନିକରାମ୍ କରୋନା ଟିକା ନେଇଥିଲେ ଏବଂ ୨୫ ତାରିଖରେ ଡ୍ୟୁଟି କରୁଥିବାବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପ୍ରଥମେ ନୂଆପଡ଼ା ଓ ପରେ ବୁର୍ଲା ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଗତକାଲି ତାଙ୍କର ମୃତ୍ୟୁ ହୋଇଛି। ସେ ସୁସ୍ଥ ଥିଲେ। କରୋନା ଟିକା ନେବା ପରେ ତାଙ୍କର ମୃତ୍ୟୁ ହୋଇଥିବା ନାନିକରାମ୍ଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି।
ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ନୂଆପଡ଼ା ଗରୀବ ସେନା ମେଡିକାଲ୍ ସାମ୍ନାରେ ଧାରଣା ଦେଇଛନ୍ତି। ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ନୂଆପଡ଼ା ସିଡିଏମ୍ଓ କହିଛନ୍ତି, ଟିକା ପାଇଁ ତାଙ୍କର ମୃତ୍ୟୁ ହୋଇନି, ବରଂ ଅନ୍ୟ କୌଣସି ରୋଗରୁ ମୃତ୍ୟୁ ହୋଇଥାଇପାରେ। ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ଜଣାପଡ଼ିବ।
ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ପ୍ରେସ୍ନୋଟ୍ ଜାରି କରାଯାଇ ଅଭିଯୋଗକୁ ଖଣ୍ଡନ କରାଯିବା ସହ କରୋନା ଟିକା ସହ ସଂପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁର କୌଣସି ସମ୍ପର୍କ ନାହିଁ ବୋଲି କୁହାଯାଇଛି।
ସୂଚନାଥାଉ କି, କିଛିଦିନ ତଳେ ଉତ୍ତରପ୍ରଦେଶ ମୋରଦାବାଦର ଏକ ସରକାରୀ ହସ୍ପିଟାଲ୍ରେ ଜଣେ ୪୬ ବର୍ଷୀୟ ୱାର୍ଡ ବୟଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁର ୨୪ ଘଣ୍ଟା ପୂର୍ବରୁ ସେ କୋଭିଡ୍ ଟିକା ନେଇଥିଲେ।