-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
27-Jan-2021
ଭୁବନେଶ୍ୱର (ପ୍ରେରଣା ଖବର): ଜୀବନ ବୀମା କଂପାନି ଏସବିଆଇ ଲାଇଫ୍ ଇନସୁରାନ୍ସ ପକ୍ଷରୁ ଭିଜନ ଇଣ୍ଡିଆ ଫାଉଣ୍ଡେସନର ଏକ ୟୁନିଟ୍ ତ୍ରିଲୋଚନ ନେତ୍ରାଳୟର ପ୍ରକଳ୍ପ “ମୋତିଆବିନ୍ଦୁ ମୁକ୍ତ ଅନ୍ଧତ୍ୱ ସମ୍ବଲପୁର” ସହ ସହଯୋଗିତା ସ୍ଥାପନ କରାଯାଇଛି । ଏହା ଜରିଆରେ ସମାଜର ଉପେକ୍ଷୀତ ବର୍ଗର ଲୋକମାନଙ୍କ ପାଇଁ ପ୍ରତିରୋଧ କରିହେଉଥିବା ଅନ୍ଧତ୍ୱ ଦୂର କରିବା ଲାଗି ଓ ଗୁଣାତ୍ମକ ଚକ୍ଷୁ ସେବା ହାସଲ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ସମ୍ବଲପୁର ଜିଲ୍ଲାର ସମସ୍ତଙ୍କ ପକେଟକୁ ସୁହାଇବା ଭଳି ମୂଲ୍ୟରେ ସଂସ୍ଥାଗତ ଚକ୍ଷୁ ସେବା ପହଂଚାଇବା ଲାଗି ଏସବିଆଇ ଲାଇଫ୍ ଇନସୁରାନ୍ସ ପକ୍ଷରୁ ଚକ୍ଷୁ ସ୍କ୍ରିନିଂ କରିବା ଏବଂ ରୋଗୀମାନଙ୍କୁ ନିକଟସ୍ଥ ହସ୍ପିଟାଲ୍ ପର୍ଯ୍ୟନ୍ତ ପହଂଚାଇବା ଲାଗି ଏକ ୪୦ ସିଟ୍ ବିଶିଷ୍ଟ ବସ୍ ଦାନ କରାଯାଇଛି । କଂପାନିର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଅଧୀନରେ ଗ୍ରହଣ କରାଯାଇଥିବା ଏହି ଅଭିଯାନରେ ପ୍ରତିବର୍ଷ ପ୍ରାୟ ୭୫୦୦ ଲୋକ ଉପକୃତ ହେବେ । ମହେଶ କୁମାର ଶର୍ମା, ଏମଡି ଓ ସିଇଓ, ଏସବିଆଇ ଲାଇଫ୍ ଇନ୍ସୁ୍ୟରାନ୍ସ ବସ୍ର ଚାବିକୁ ତ୍ରିଲୋଚନ ନେତ୍ରାଳୟର ପ୍ରତିଷ୍ଠାତା ଓ ନିର୍ଦେଶକ ଡକ୍ଟର ଶିବ ପ୍ରସାଦ ସାହୁଙ୍କୁ ହସ୍ତାନ୍ତର କରିଥିବା ବେଳେ ଏହି ଅବସରରେ ଏସବିଆଇର ସିଜିଏମ୍ ରୁମା ଦେ’, ଏସବିଆଇ ଲାଇଫ୍ ଇନ୍ସୁ୍ୟରାନ୍ସର ସଭାପତି-ଜୋନ୍ ୩ ରବିନ୍ଦ୍ର କୁମାର ଓ ଅମିତ କୁମାର ଶାହ, ଆଂଚଳିକ ନିର୍ଦେଶକ-ଭୁବନେଶ୍ୱର, ଏସବିଆଇ ଲାଇଫ୍ ଓ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ ।