-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
19-Aug-2025
ବଲାଙ୍ଗିର(ଦେବାଶିଷ ବହିଦାର): ମାନ୍ୟବର ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶାନୁସାରେ ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ଥିବା ବିକଳ୍ପ ସମାଧାନ କେନ୍ଦ୍ର ଠାରେ ବଲାଙ୍ଗିର ଜିଲ୍ଲା ଓ ଦୌରା ଜଜ୍ ଡ଼. ପବିତ୍ର ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନାଚକ୍ରର ବିଷୟବସ୍ତୁ "କନ୍ୟା ସନ୍ତାନଙ୍କୁ ସୁରକ୍ଷିତ
ଏବଂ ତାଙ୍କ ପାଇଁ ଭାରତରେ ଏକ ସୁରକ୍ଷିତ ଏବଂ ସକ୍ଷମ ପରିବେଶ ସୃଷ୍ଟି କରିବା" ଉପରେ ଆଧାରିତ ଥିଲା । ଏହି କାର୍ଯ୍ୟକ୍ରମରେ ଭିଜିଲାନ୍ସ ଜଜ୍ ମଳୟ ରଞ୍ଜନ ଦାଶ, ପରିବାର ଅଦାଲତ ଜଜ୍ ବିକ୍ରମ କେଶରୀ ପଟ୍ଟନାୟକ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅବିଳାସ ଜି ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିଲେ । ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍, କଣ୍ଟାବାଞ୍ଜି ରାଜେଶ ନାୟର, ଆସିଷ୍ଟାଣ୍ଟ ପ୍ରଫେସର- ବଲାଙ୍ଗୀର ଆଇନ୍ ମହାବିଦ୍ୟାଳୟ ଚଣ୍ଡୀ ପ୍ରସାଦ ଖମାରୀ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ପବିତ୍ରାନନ୍ଦ ପ୍ରଧାନ, ଡ଼. ସୁଖୀଶ୍ୟାମ ତ୍ରିପାଠୀ, ମନସ୍ତତ୍ତ୍ୱବିତ୍ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିବା ସହିତ ଆଲୋଚ୍ୟ ବିଷୟ ଉପରେ ଗଭୀର
ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ନ୍ୟାୟାଳୟ ତଥା ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ନ୍ୟାୟାଳୟ ଗୁଡିକର ନ୍ୟାୟାଧୀକାରୀ ବୃନ୍ଦ, ଜିଲ୍ଲା ଓକିଲ ସଂଘ ସଭାପତି ବାସୁଦେବ ରଥ ତଥା ଓକିଲ ବୃନ୍ଦ, ବଲାଙ୍ଗିର ଯୁଧିଷ୍ଠିର ମିଶ୍ର ଆଇନ୍ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ ଅଣ ସରକାରୀ ସଂଗଠନର କର୍ମକର୍ତ୍ତା ଓ ପୋଲିସ କର୍ମଚାରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।