-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||     

HOME   ଜିଲ୍ଲା

କେବିକେ ଅଞ୍ଚଳ ବଦଳରେ ସମ୍ବଲପୁର ରେ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ପ୍ରସ୍ତାବ ବଲାଙ୍ଗୀରବାସୀଙ୍କ ଭାବନାକୁ ଆଘାତ ଦେଇଛି: କଳିକେଶ

19-Aug-2025



ବଲାଙ୍ଗିର(ପ୍ରେରଣା ଖବର): କେବିକେ ଅଞ୍ଚଳରେ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ତତ୍କାଳୀନ ନବୀନ ପଟ୍ଟନାୟକ ସରକାର ଘୋଷଣା କରିଥିଲେ। ଗତ ୧୦ବର୍ଷ ହେଲା ଏନେଇ ବଲାଙ୍ଗୀରରେ ଏହା ସ୍ଥାପନ କରାଯିବାକୁ ଦାବି କରାଯାଇ ଆସୁଛି । କିନ୍ତୁ ଏପର୍ଯ୍ୟନ୍ତ କୃଷିବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ରାଜ୍ୟସରକାର କୌଣସି ପଦକ୍ଷେପ ନେଲେ ନାହିଁ। ବିଭିନ୍ନ ସମୟରେ ବଲାଙ୍ଗୀରରେ ଏନେଇ ଜନଆନ୍ଦୋଳନ ହୋଇଛି। କିନ୍ତୁ ସରକାର ନୀରବ ରହିଛନ୍ତି । ସେପଟେ ସମ୍ବଲପୁରରେ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ଭୁବନେଶ୍ୱର ଲୋକସେବା ଭବନରେ ଏକ ବୈଠକ କରାଯାଇଥିବା ନେଇ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କୃଷିକୃଷକ ଓ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଟ୍ୱିଟ୍‌କରିବା ପରେ ବଲାଙ୍ଗୀରରେ ଏହାକୁ ନେଇ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ପ୍ରତିକ୍ରୀୟା ପ୍ରକାଶ କରି ରାଜ୍ୟସରକାରଙ୍କ ଆଭିମୁଖ୍ୟକୁ ପ୍ରତିବାଦ କରି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କୁ ଏକ ଚିଠିଲେଖିଛନ୍ତି । କଳିକେଶ ଚିଠିରେ ଉଲ୍ଲେଖ କରିଛନ୍ତି ଯେ,ବଲାଙ୍ଗୀରରେ ଦୀର୍ଘବର୍ଷ ହେଲା କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଦାବିହେଉଛି। କିନ୍ତୁ ଏହାକୁ ଅଣଦେଖା କରାଯାଇ କେବିକେ ଅଞ୍ଚଳ ବଦଳରେ ସମ୍ବଲପୁର ରେ କେନ୍ଦ୍ରୀୟ କୃଷିବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ପ୍ରସ୍ତାବ କରା ଯାଉଛି । ଏହା ବଲାଙ୍ଗୀରର ଲୋକଙ୍କ ଭାବନାକୁ ଆଘାତ ଦେଇଛି । ମରୁଡି,ଦାଦନପ୍ରବଣ ତଥା କୃଷିଉପରେ ନିର୍ଭର କରୁଥିବା ବଲାଙ୍ଗୀର ଜିଲ୍ଲାରେ କୃଷିବିଶ୍ୱବିଦ୍ୟାଳୟ ସ୍ଥାପନ ହେଲେ ଅନେକ ଗବେଷଣାର ଅନେକ ସମ୍ଭାବନା ରହିଛି । ଏହା ଏହି ଅଞ୍ଚଳରେ ଅନେକ ସମସ୍ୟାର ସାମାଧାନ ହୋଇ ପାରିବ । କୃଷି ଗବେଷଣା ପାଇଁ ଏଠାରେ ଉପଯୁକ୍ତ ଭିତ୍ତିଭୂମୀ ଥିବା ବେଳେ ରାଜ୍ୟସରକାରଙ୍କ ଆନ୍ତରିକତାର ଅଭାବରୁ ତାହା ହୋଇପାରୁନି । ବଲାଙ୍ଗୀରର ଦାବିକୁ ଅଣଦେଖା କରାଯାଇ ଥିବାରୁ ଏଥିରେ କଳିକେଶ ଗଭୀର ଭାବରେ ଉଦବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ତୁରନ୍ତ ଏନେଇ ପଦକ୍ଷେପ ନେଇ କେନ୍ଦ୍ରସରକାରଙ୍କ ସହିତ କଥା ହୋଇ ବଲାଙ୍ଗୀରରେ ହିଁ କୃଷି ବିଶ୍ୱବିଦ୍ୟାଳୟ କରିବାକୁ ପ୍ରସ୍ତାବ ପଠାଇବାକୁ ଚିଠି ଲେଖିଛନ୍ତି । ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ମଧ୍ୟ ଏହି ଚିଠିର ନକଲ ପଠାଇଛନ୍ତି କଳିକେଶ ସିଂହ ଦେଓ l

      ■■■■□□□■■■■■

ସମ୍ବଲପୁରରେ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରସ୍ତାବକୁ ବଲାଙ୍ଗୀର ବିଜେପିର ସ୍ୱାଗତ

ବଲାଙ୍ଗୀରରେ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ବଲାଙ୍ଗୀରବାସୀ ଦାବି କରୁଥିବା ବେଳେ ଗତକାଲି ଲୋକସେବା ଭବନରେ ସମ୍ବଲପୁରଠାରେ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓ ଏହି ପ୍ରସ୍ତାବକୁ ପ୍ରତିବାଦ କରିଥିବା ବେଳେ ବଲାଙ୍ଗୀର ଜିଲ୍ଲା ବିଜେପିର ନେତାମାନେ ଏହାକୁ ସ୍ୱାଗତ ଜଣାଇଛନ୍ତି । ସୋମବାରଦିନର ବୈଠକ ନେଇ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଟ୍ୱିଟ୍ କରିବା ପରେ ପରେ ବଲାଙ୍ଗୀରର ବିଧାୟକ ଏହାର ପ୍ରତିବାଦ କରି ଅସନ୍ତୋଷ ବ୍ୟକ୍ତକରି ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍‌କରିବା ସହ ଚିଠିଲେଖିଛନ୍ତି । ସେପଟେ ବିଧାୟକ କଳିକେଶଙ୍କୁ ଆଜି ବଲାଙ୍ଗୀର ଜିଲ୍ଲା ବିଜେପିଦଳ ଟାର୍ଗେଟ କରି ସମାଲୋଚନା କରିଛି । ଆଜି ସ୍ଥାନୀୟ ସାମ୍ବାଦିକ ଭବନଠାରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ବିଳନୀ କରାଯାଇ ଭାଜପାଦଳ ଏକ ଜାତୀୟଦଳ । ତେଣୁ ଦଳୀୟ ନିସ୍ପତ୍ତି ଯାହା ନିଆଯାଇଛି ତାକୁ ସ୍ୱାଗତ କରାଯାଉଛି । ଗତ ନିର୍ବାଚନ ସମୟରେ ସମ୍ବଲପୁରରେ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ କରାଯିବା ନେଇ ଦଳ ସକଲ୍ପ କରିଥିଲା । ତେଣୁ ଏବେ ସରକାର ସେନେଇ ନିଷ୍ପତ୍ତି ନେଉଛନ୍ତି ବୋଲି ବିଜେପିଦଳ କହିଛି । ବିଜେପି ଦଳର ବିଧାୟକ ପ୍ରାର୍ଥୀ ଥିବା  ଗୋପାଳଜୀ ପାଣିଗ୍ରାହୀ, ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା, ମହିଳାମୋର୍ଚ୍ଚା ସଭାନେତ୍ରୀ ରଂଜିତା ପାଣିଗ୍ରାହୀ, ସାଂସଦଙ୍କ ପ୍ରତିନିଧି ଦୀନେଶ ଶର୍ମା ଓ ଯୁବମୋର୍ଚ୍ଚା ସଭାପତି ଅମରଜିତ ପଟେଲଙ୍କ ଉପସ୍ଥିତିରେ ହୋଇଥିବା ସାମ୍ବାଦିକ ସମ୍ବିଳନୀରେ ସମ୍ବଲପୁରରେ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରସ୍ତାବକୁ ସ୍ୱାଗତ କରାଯାଇଥିଲା । ବରିଷ୍ଠନେତା ଗୋପାଳଜୀ ପାଣିଗ୍ରାହୀ ବିଧାୟକ କଳିକେଶଙ୍କୁ ତଥା ବିଜେଡିଦଳକୁ ଟାର୍ଗେଟ କରି କହିଛନ୍ତି ଯେ, ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ ଶାସନରେ ରହିଥିଲେ ହେଁ ବଲାଙ୍ଗୀରରେ କୃଷି ମହାବିଦ୍ୟାଳୟ ଟିଏ କରିପାରିଲେ ନାହିଁ । ଯଦି ବଲାଙ୍ଗୀରରେ ମହାବିଦ୍ୟାଳୟ ଥାନ୍ତା ତାହେଲେ ବିଶ୍ୱବିଦ୍ୟାଳୟ କରିବାକୁ ସୁବିଧା ହୋଇଥାନ୍ତା। ସମ୍ବଲପୁର ଚିପିଲିମାରେ ପୂର୍ବରୁ ଏକ କୃଷିମହାବିଦ୍ୟାଳୟ ରହିଛି ତେଣୁ ସେଠାରେ ବିଶ୍ୱବିଦ୍ୟାଳୟ ହେଉଛି। ବଲାଙ୍ଗୀରରେ କୃଷି ମହାବିଦ୍ୟାଳୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ ଘୋଷଣା କରିଛନ୍ତି ବୋଲି ଗୋପାଳଜୀ ପାଣିଗ୍ରାହୀ କହିଥିଲେ। ତେବେ ଗୋଟିଏ ଦିନରେ ବଲାଙ୍ଗୀରରେ କୃଷିବିଶ୍ୱବିଦ୍ୟାଳୟ ଆନ୍ଦୋଳନକୁ ନେତୃତ୍ୱ ନେଉଥିବା ଗୋପାଳଜୀ ପାଣିଗ୍ରାହୀଙ୍କ ଏଭଳି ମନ୍ତବ୍ୟକୁ ନେଇ ଅନେକ ସାମ୍ବାଦିକଙ୍କ ଭୃକୁଞ୍ଚନ ହୋଇଥିଲା। ରାଜ୍ୟରେ ସରକାର ବଦଳି ବିଜେପି ଆସିବା ପରେ ତାଙ୍କର ମତ ପରିବର୍ତ୍ତନ ନେଇ ଅନେକ ସାମ୍ବାଦିକ ପ୍ରଶ୍ନ କରିଥିଲେ। ବିଜେପି ଏକ ରାଷ୍ଟ୍ରୀୟଦଳ ତେଣୁ ଦଳ ଜଣେ ଶୃଙ୍ଖଳିତ କର୍ମୀ ଭାବରେ ଦଳ ଓ ସରକାରଙ୍କର ନିଷ୍ପତ୍ତିକୁ ଆମେ ସ୍ୱାଗତ କରିବୁ ଓ ବଲାଙ୍ଗୀରରେ କୃଷି ମହାବିଦ୍ୟାଳୟ ପ୍ରସଙ୍ଗରେ କୃଷିମନ୍ତ୍ରୀଙ୍କ ସହ ଆଲୋଚନା କରିବୁ ବୋଲି କହିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026

You Might Also Like