-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
18-Aug-2025
ଦେଓଗାଁ (ଅନ୍ତର୍ଯ୍ୟାମୀ ସାହୁ): ଜଣେ ମିଷ୍ଟଭାଷୀ, ମେଳାପୀ, ଧର୍ମପରାୟଣ ଓ ପରୋପକାରୀ ମଣିଷ ଭାବରେ ଦେଓଗାଁ ଅଞ୍ଚଳରେ ବେଶ ଜଣାଶୁଣା ରାମନିବାସ ଅଗ୍ରୱାଲଙ୍କ ସୋମବାର ଦିନ ୧୧ଟା ୩୦ମିନିଟରେ ତାଙ୍କ ଦେଓଗାଁ କଛାରପାଲି ବାସଭବନରେ ପରଲୋକ ହୋଇଯାଇଛି l ମୃତ୍ୟୁ ସମୟରେ ତାଙ୍କୁ ୭୩ବର୍ଷ ହେଉଥିଲା l ଶ୍ରୀ ଅଗ୍ରୱାଲ ବାର୍ଦ୍ଧକ୍ଯ ଜନିତ ଅସୁସ୍ଥତା ଯୋଗୁଁ ଗତ କିଛି ଦିନ ହେଲା ସଙ୍କଟାପନ୍ନ ଅବସ୍ଥାରେ ରହିଥିଲେ । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଦେଓଗାଁରେ ଶୋକର ଛାୟା ଖେଳିଯାଇଛି l ମୃତ୍ୟୁଶଯ୍ୟାରେ ପୁତ୍ର ସୁରେଶ କୁମାର ଅଗ୍ରୱାଲ, ସ୍ତ୍ରୀ ସବିତା ଅଗ୍ରୱାଲ, ତାଙ୍କର ମା କମଳା ଅଗ୍ରୱାଲ, ଆତ୍ମୀୟସ୍ୱଜନ ଓ ବନ୍ଧୁ ବର୍ଗ ତଥା ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ଶେଷ ରେ ଦେଓଗାଁ ର ସୋନଗଡ଼ ନଦୀ କୂଳରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରlଯାଇଥିଲା l