-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
18-Aug-2025
ଭୁବନେଶ୍ୱର/ଜଟଣୀ(ପ୍ରେରଣା ଖବର): ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଷ ପୂଜାକୁ ନେଇ ଆଜି କମିଶନରେଟ ପୋଲିସ ଏ.ଡି.ସି.ପି.ଭୁବନେଶ୍ୱର ସଞ୍ଜୟ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅଗ୍ରୱାଲ ଧର୍ମଶାଳା ଠାରେ ଅନୁଷ୍ଠିତ ହୋଇଛି l ଏହି ବୈଠକରେ ଜଟଣୀ ସମସ୍ତ ପ୍ରମୁଖ ପୂଜା କମିଟିର ସଭାପତି, ସମ୍ପାଦକଙ୍କ ସହ ତହସିଲଦାର, ବି. ଡି. ଓ. ମୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ,ଜଟଣୀ ପୌରାଧ୍ୟକ୍ଷ, କାଉନସିଲରଙ୍କ ସହ ଜ଼ିଲ୍ଲାର ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ l ଚଳିତ ବର୍ଷ ଏଇ ପୂଜାକୁ ଜାକଜକମରେ କରିବାକୁ ସମସ୍ତ ପୂଜା ମଣ୍ଡପ ପ୍ରସ୍ତୁତ ଥିବା
ନେଇ କମିଟି ତରଫରୁ କୁହାଯାଇଛି l ସେହିପରି ଜଟଣୀର କିଛି ବଜାରରେ ସମସ୍ୟା ନେଇ ମଧ୍ୟ ମଣ୍ଡପର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି l ଉଚ୍ଚତମ ନ୍ୟାୟାଳୟ ନିର୍ଦେଶ ଅନୁଯାଇ ଚଳିତ ବର୍ଷ ପୂଜାକୁ ଶୁଙ୍ଖଳିତ ଭାବେ କରିବା ସହ ସିସି ଟିଭି ମଣ୍ଡପରେ ଲଗେଇବା ଓ ଗଣେଶ ଭଷାଣି ରେ ଡି.ଜେ କିମ୍ବା କୌଣସି ବକ୍ସ ସାଉଣ୍ଡ ବ୍ୟବହାର ହବନାହିଁ କି ବାଣ ପୁଟିବ ନାହଁ l ପାରମ୍ପରିକ ବାଜା ବ୍ୟବହାର କରିବା ପାଇଁ ଉପସ୍ଥିତ ସମସ୍ତ ପୂଜା କମିଟି କୁ ଏ.ଡି. ସି. ପି ମହାପାତ୍ର ନିବେଦନ କରିଛନ୍ତି l ଏଇ ବୈଠକରେ ଏ. ସି. ପି.ଜୋନ ୩ ତାପସ ଚନ୍ଦ୍ର ପ୍ରଧାନ,ଆଇ. ଆଇ ସି.ସ୍ଟାଲିନ ବିଶ୍ୱାଳ, ଆର ପି ଏଫ୍, ଇନିସ୍ପେକଟର, ଜି. ଆର. ପି ସହ ଜଟଣୀର ବିଭିନ୍ନ ଅନୁଷ୍ଠାନର କର୍ମକର୍ତା ଉପସ୍ଥିତ ଥିଲେ l ଚଳିତ ବର୍ଷ ସମସ୍ତ ଜନସାଧାରଣ ଓ ପୂଜା ମଣ୍ଡପର ସଭ୍ୟ ମାନଙ୍କୁ ସହଯୋଗ କାମନା କରିଛି କମିଶନରେଟ ପୋଲିସ l