-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ବିପୁଳ ପରିମାଣର ଗଞ୍ଜେଇ ସହ ମାକ୍ସ ପିକଅପ ଭ୍ୟାନ ଜବତ*- *ସୁବର୍ଣ୍ଣପୁର ପୋଲିସ ର ସଫଳତା*-

19-Aug-2025



ସୁବର୍ଣ୍ଣପୁର,( ମନୋରଞ୍ଜନ ତ୍ରିପାଠୀ)
 ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ଦ୍ବାରା ବିପୁଳ ପରିମାଣ ଗଞ୍ଜେଇ ସହ ଆଜି ଏକ ମାକ୍ସ ପିକଅପ ଜବତ ହୋଇଛି । ତରଭା ଥାନା ଅନ୍ତର୍ଗତ କମସରା ନିକତସ୍ଥ ଡଙ୍ଗରତଳ ଠାରୁ ୭ କ୍ଵିଣ୍ଟାଲ ୭୨ କେଜି ୮୦୦ ଗ୍ରାମ ଗଞ୍ଜେଇ ସହ ପିକ ଅପ୍ ଗାଡ଼ି ଜବତ କରିଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ସହ ବିସ୍ତୃତ ସୂଚନା ଦେଇଛନ୍ତି ଏସପି ନାରାୟଣ ନାଏକ । ସୂଚନା ଅନୁଯାୟୀ ଗତକାଲି ରବିବାର ରାତି ସମୟରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ତରଭା ଥାନା ଅନ୍ତର୍ଗତ ନର୍ଡା ଗ୍ରାମର ଅଶୋକ ସାହୁ ତାଙ୍କ ଡ଼୍ରାଇଭର ଏବଂ ଟିମ୍ ଏକ ବୋଲେରୋ ପିକଅପରେ ବିପୁଳ ପରିମାଣର ଗଞ୍ଜେଇ ତେଲନଦୀ ବ୍ରିଜ ପଟୁ କମସରା-ତରଭା ରାସ୍ତାରେ ବାହାର ରାଜ୍ୟ କୁ ଚାଲାଣ କରିବାକୁ ଯୋଜନା କରିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏବଂ ଗାଡ଼ି କୁ ୨ ଗୋଟି ଚାରି ଚକିଆ ଏବଂ ୩ ଟି ବାଇକ୍ ସୁରକ୍ଷା ଦେଉଥିବା ଖବର ଥିବାରୁ ଖୋଦ୍ ଏସପି ଏବଂ ଏଡିସିନାଲ ଏସପି ଙ୍କ ନେତୃତ୍ୱରେ ପୋଲିସ ଟିମ୍ ଗଠନ କରାଯାଇ କଣ୍ଟାମାଳ ଏବଂ ତରଭା ଉଭୟ ପଟରୁ ପିଛା କରିବା ପରେ କମସରା ଗାଁ ନିକଟସ୍ଥ ଡଙ୍ଗରତଳ ଠାରେ କଣ୍ଟାମାଳ ପଟରୁ ପିଛା କରୁଥିବା ପୋଲିସ ଟିମ ପିକ୍ ଅପ୍ କୁ ଅଟକାଇବାରେ ସଫଳ ହେଇଥିଲେ। ବୋଲେରୋ ଗାଡ଼ି ନଂ ଓଆର୧୯ଜି-୯୦୧୧ ରେ ବିପୁଳ ପରିମାଣର ଗଂଜେଇ ଭର୍ତ୍ତି ଥିବା ଜଣାପଡିଥିଲା । ୨୪ ଟି ବଡ଼ ବସ୍ତାରେ ଗଞ୍ଜେଇ ଭର୍ତ୍ତି ଥିବା ଏବଂ ଗାଡ଼ିର ନମ୍ବର ଫର୍ଜରି ଥିବା ଜଣାପଡିଥିଲା । ପରେ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଓଜନ କରାଯାଇଥିବା ବେଳେ ଜବତ ଗଞ୍ଜେଇ ର ପରିମାଣ ୭ କୁଇଣ୍ଟାଲ ୭୨ କେଜି ୮୦୦ ଗ୍ରାମ ହୋଇଥିଲା I ଏହାର ସରକାରୀ ଦର ୭ ଲକ୍ଷ ୩୦ ହଜାର ଟଙ୍କା ହୋଇଥିବା ବେଳେ ବଜାର ମୂଲ୍ୟ ଆନୁମାନିକ ମୂଲ୍ୟ ପ୍ରାୟ ୧.୫୦ କୋଟି ଟଙ୍କା ହେବ ବୋଲି ଜଣାପଡିଛି । ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଏବଂ ଅତିରକ୍ତ ଏସପି କେ. ହରି ପ୍ରସାଦ ପ୍ରମୁଖ ଘଟଣା ସ୍ଥଳରେ ତଦାରଖ କରିଥିଲେ I ଏ ଗାଡ଼ି ର ସୁରକ୍ଷା ପାଈଁ ପାଇଲଟିଂ କରୁଥିବା ଗାଡ଼ି ଓ ସଂପୃକ୍ତ ବ୍ୟକ୍ତି ମାନେ ଘଟଣା ସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିବା ପୋଲିସ ସୂଚନା ଦେଇଛି । ପରେ ବିଳମ୍ବିତ ରାତ୍ରିରେ ଅଶୋକ ସାହୁ ଙ୍କ ଘରେ ପୋଲିସ ଟିମ୍ ରେଡ କରିଥିଲା ବେଳେ ଅଶୋକ ଘରେ ନ ଥିବା କଥା ସୂଚନା ଦେଇଛନ୍ତି ଏସପି ।ଏହି ବଡ଼ ଧରଣର ଗଞ୍ଜେଇ ଚୋରା଼ ଚାଲାଣ କାରବାର ଧରପଗଡ଼ରେ କମସରା ଫାଣ୍ଡି ଏସଆଇ ମରୁତ ଚନ୍ଦ୍ର ପ୍ରଧାନଙ୍କ ସହ ପୋଲିସ ଦଳ ଏବଂ ତରଭା ପୋଲିସ ଥାନା ଅଧିକାରୀ ସାମିଲ ଥିଲେ  I ଏ ନେଇ ତରଭା ଥାନାରେ ଏକ ଏନଡିପିଏସ କେସ ନଂ ୨୩୦ ତା ୧୮/୦୮/୨୫ U/s-20(b)(ii)C ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି l  ବିପୁଳ ପରିମାଣରେ ଗଞ୍ଜେଇ ଜବତ ହେବା ପରେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଗଞ୍ଜେଇ ଦେଖିବା ପାଇଁ ବାଟୋଇଙ୍କ ଭିଡ଼ ଜମିଥିଲା I ଏହି ଗଞ୍ଜେଇ ଚୋରା ଚାଲାଣ ପଡୋଶୀ ଛତିଶଗଡ ଦେଇ ବାହାରକୁ ପାରି ହେଉଥିବା ସନ୍ଦେହ କରାଯାଉଥିବା ବେଳେ ଆନ୍ତରାଜ୍ୟ ଗଞ୍ଜେଇ ବେପାରୀଙ୍କ ସହିତ ସମ୍ପର୍କ ରହିଥିବାର ଆଶା କରାଯାଉଛି I


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like