-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
15-Aug-2025
ବଲାଙ୍ଗୀର(ପ୍ରେରଣା ଖବର): ଆଜି ବଲାଙ୍ଗୀର ବନଖଣ୍ଡ ବିଭାଗ କାର୍ଯ୍ୟାଳୟ ପରିସରରେ ୭୯ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥି ଭାବେ ଡି ଏଫ୍ ଓ ଅଜିତ ବିଶି ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ବିବିଧତା ମଧ୍ୟରେ ଏକତା ଭାରତ ବର୍ଷରେ ଗଣତନ୍ତ୍ର ର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ଵ ଅଟେ l ନିଜ ଦେଶ କୁ ସବୁଜ ସୁନ୍ଦର ଭାବରେ ଗଢି ତୋଳିବା ପାଇଁ ସମସ୍ତ କର୍ମଚାରୀଙ୍କୁ ନିଷ୍ଠା ଏବଂ ପ୍ରତିବଦ୍ଧତାର ସହିତ କାମ କରିବାକୁ ଶ୍ରୀ ବିଶି ଆହ୍ବାନ ଦେଇଥିଲେ l ଏହି ଉତ୍ସବରେ ଜଙ୍ଗଲ ବିଭାଗ ର ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ