-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
15-Aug-2025
ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ବ୍ଲକ ଅନ୍ତର୍ଗତ ବାନିପାଲି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ମହାଶକ୍ତି ଫାଉଣ୍ଡେସନ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ମୀରା ମୁଗ୍ରୀ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶୁଭ ଉଦ୍ଘାଟନ କରିଥିଲେ l ସମ୍ମାନିତ ଅତିଥି ତଥା ରିସୋର୍ଷ ପର୍ସନ ଭାବେ ମହାଶକ୍ତି ଫାଉଣ୍ଡେସନର ନିର୍ଦ୍ଦେଶକ ସ୍ମୃତିରଞ୍ଜନ ସେଠୀ, ବ୍ଲକ କୃଷି ଅଧିକାରୀ ମାମିନି ଭୋଇ, ସହକାରୀ କୃଷି ଅଧିକାରୀ ରୋହନ କୁମାର ସାହୁ ପ୍ରମୁଖ ଯୋଗ ଦେଇ ବର୍ତ୍ତମାନ ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନର କାରଣ ଓ ନିରାକରଣ ଉପରେ ଆଲୋକପାତ କରିଥିଲେ । ଉନ୍ନତ ପ୍ରଣାଳୀ ତଥା ଜୈବିକ ପଦ୍ଧତିରେ ଚାଷକାମ କରିବା ସହିତ ମାଟି ପରୀକ୍ଷା, ମଞ୍ଜି ବିଶୋଧନ, ବିକଳ୍ପ ୱେଟିଂ ତଥା ଡାଇଂ ପଦ୍ଧତିରେ ଅନ୍ୟମାନଙ୍କ ମଧ୍ୟରେ ଚାଷ କାମ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଭିଏଡବ୍ଲୁ ସୁଜିତ୍ ପଧାନ, ଜଗଦୀଶ ଭୋଇ, ଆୟୋଜକ ଅନୁଷ୍ଠାନର ବରିଷ୍ଠ ପ୍ରୋଗ୍ରାମ ମ୍ୟାନେଜର ଫିରୋଜ ଥାଟି, ପ୍ରକଳ୍ପ ମ୍ୟାନେଜର ଶାନ୍ତନୁ ମେହେର, ସତ୍ୟଜିତ ଷଡ଼ଙ୍ଗୀ ପ୍ରମୁଖ ମଞ୍ଚାସିନ ଥିଲେ । ପ୍ରେମାନନ୍ଦ ଅମାତ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରୋଗ୍ରାମ ମ୍ୟାନେଜର ଶାନ୍ତନୁ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ l