-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
14-Aug-2025
ଲୋଇସିଂହା (ବିନୋଦ ଦୀପ) ଆଜି ଲୋଇସିଂହା ବ୍ଲକ କାର୍ଯ୍ୟାଳୟ ଠାରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ ମୁକେଶ ମହାଳିଙ୍ଗ ଯୋଗଦେଇ ଆଗାମୀ ଓଡିଶା ପ୍ରଦେଶ ସ୍ୱାଧୀନତା ର ଶହେ ବର୍ଷ ପୂରଣ ହେଲେ ଓଡିଶା ମୋହନ ସରକାର ଜନତା ଙ୍କୁ ସଂକଳ୍ପ କରିଛନ୍ତି ଯେ ଓଡିଶା ଏକ ବିକଶିତ ରାଷ୍ଟ୍ର, ଏକ ସୁସ୍ଥ ସମାଜ ଗଠନ, ସାମାଜିକ ସମରସତ୍ତା ଗଠନ, ନ୍ୟାୟ ପ୍ରଦାନ, ନାରୀ ମାନଙ୍କ ସୁରକ୍ଷା ପ୍ରଦାନ ପ୍ରତି ବିଶେଷ ଧ୍ୟାନ ଦିଆଯିବ l
ଅନ୍ୟ ମାନଙ୍କ ମଧ୍ୟରେ ଲୋଇସିଂହା ବିଡ଼ିଓ ଅକ୍ଷୟ ପାଣି ଉଦ୍ଦୁ, ଆଗଲପୁର ବିଡ଼ିଓ ମହାପାତ୍ର କୁଲଦୀପ ମହାନ୍ତି ସମେତ ଲୋଇସିଂହା ବ୍ଲକ ର ବିଭିନ୍ନ ଅଧିକାରୀ, ଯନ୍ତ୍ରୀ, ଜନ ପ୍ରତିନିଧି, ଓ ବିଜେପି କର୍ମକର୍ତା, ସ୍ଥାନୀୟ ସ୍କୁଲ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଲୋଇସିଂହା କଲେଜ ଛକ ରୁ ବାହାରି ଅଗ୍ରେସନ ଭବନ ପର୍ଯ୍ୟନ୍ତ ଜାତୀୟ ପତାକା ଧରି ବିଭିନ୍ନ ଦେଶାତ୍ମକ ସ୍ଲୋଗାନ ଦେଇଥିଲେ l ଏହି ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ରେ ବହୁମାତ୍ରାରେ ଲୋକଙ୍କୁ ଦେଖିବାକୁ ମିଳିଥିଲା l