-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
26-Jan-2021
ରାଉରକେଲା(ପ୍ରେରଣା ଖବର) : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ । ଆଉ ରାଜ୍ୟରେ ଉଡ଼ିଛି ଦେଶର ୪ର୍ଥ ବଡ଼ ତ୍ରିରଙ୍ଗା । ଦେଶର ୪ର୍ଥ ବଡ଼ ତ୍ରିରଙ୍ଗା ତଥା ରାଜ୍ୟର ପ୍ରଥମ ବଡ଼ ତ୍ରିରଙ୍ଗା ଉଡ଼ିଛି ଇସ୍ପାତ ସହର ରାଉରକେଲାରେ ।
ରାଉରକେଲା ସେକ୍ଟର-୬ ଟେଲିଫୋନ୍ ଭବନ ପଡ଼ିଆରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପକ୍ଷରୁ ନିର୍ମାଣ କରାଯାଇଥିବା ପାର୍କ ସହ ସୁନ୍ଦର ପୋଖରୀ ଉଦଘାଟନ ସହ ଉଡ଼ାଯାଇଛି ରାଜ୍ୟର ସବୁଠାର ବଡ଼ ତ୍ରିରଙ୍ଗା । ୭୨ ଫୁଟ ଲମ୍ବ ଏବଂ ୪୮ ଫୁଟ ପ୍ରସ୍ଥ ବିଶିଷ୍ଟ ତ୍ରିରଙ୍ଗାଟି ୭୦ ମିଟର ପତାକା ସ୍ତମ୍ଭରେ ଫରଫର ହୋଇ ଉଡ଼ୁଛି ।
ଏହି ତ୍ରିରଙ୍ଗକୁ ଉତ୍ତୋଳନ କରିଥିଲେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସିଇଓ ଦୀପକ ଛଟରାଜ । ଜାତୀୟ ସଂଙ୍ଗୀତ ଗାନ କରାଯାଇ ତ୍ରିରଙ୍ଗା ପତାକା ତଳେ ରାଉରକେଲାବାସୀ ତ୍ରିରଙ୍ଗାକୁ ସ୍ୟାଲୁଟ କରି ବିବିଧତାରେ ଏକତାର ପରିଚୟ ଦେଇଥିଲେ । ଆଉ କହିଥିଲେ ଆଜି ପବିତ୍ର ଦିବସରେ ଏଡ଼େ ବଡ଼ ତ୍ରିରଙ୍ଗା ତଳେ ରହିଥିବାରୁ ଗର୍ବୀତ ।