-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
26-Jan-2021
ବଲାଙ୍ଗିର,: ଆଜି ପଶ୍ଚିମାଂଚଳ ବିଜୁଳି ଶ୍ରମିକ ସଂଘର କାର୍ଯ୍ୟାଳୟ ଠାରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ପଶ୍ଚିମାଂଚଳ ମିଳିତ ଶ୍ରମିକ କର୍ମଚାରୀ ମଂଚର ସଭାପତି ମନୋରଂଜନ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜାତୀୟ ପତାକାକୁ ଉତ୍ତୋଳନ କରିଥିଲେ । ଦେଶ ବଞ୍ôଚଲେ ଆମେ ବଞ୍ôଚବା କହି ଗଣତନ୍ତ୍ର ଦିବସର ତାତ୍ପଜ୍ୟ ଉପରେ ଆଲୋଚନା କରି ନିଜର ଅଧିକାର ସାବ୍ୟସ୍ତ କରିବା ପୂର୍ବରୁ ଦେଶ ପାଇଁ କାମ କରିବା ଆବଶ୍ୟକ ବୋଲି ମୁଖ୍ୟ ଅତିଥି ଶ୍ରୀ ସାହୁ କହିଥିଲେ । ବଲାଙ୍ଗିର ଉପଖଣ୍ଡର ସଂପାଦକ ଜ୍ୟେତିରଂଜନ ମହାନ୍ତିଙ୍କ ସଂଯୋଜନାରେ ଶ୍ରମିକ ନେତା ରବି ମିଶ୍ର, ସତ୍ୟବ୍ରତ ସିଂ, ରମେଶ ନାୟକ, ପ୍ରଦୀପ ଡାକୁଆ, ବ୍ରଜବନ୍ଧୁ ବାଗ, ଟିଙ୍କୁ ରାଓ ପ୍ରମୁଖ ଗଣତନ୍ତ୍ର ଦିବସ ଉପରେ ଶ୍ରମିକ କର୍ମଚାରୀମାଙ୍କୁ ଉଦ୍ବୋଧନ ଦେଇଥିଲେ । ଶେଷରେ ଶିଶୁମାନଙ୍କ ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।