-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
25-Jul-2025
ବଲାଙ୍ଗୀର (ପ୍ରେରଣା ଖବର): ଗତ ୨୪ ତାରିଖ ଗୁରୁବାର ଦିନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ନାରୀ ଶକ୍ତି ସଂଗଠନ ତରଫରୁ ଗୋଟିଏ ବୃକ୍ଷରୋପଣ କାର୍ଯ୍ୟକ୍ରମ ବଲାଙ୍ଗୀର ର ବାହ୍ମଣୀପାଲି ଠାରେ ଅନୁଷ୍ଠିତ ହୋଇଥିଲା | ସଂଗଠନ ର ସଦସ୍ୟା ସକିଲା
ବାନୋ ଙ୍କର ନିଜସ୍ୱ କ୍ଷେତରେ ଏହି ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା l ଆଗାମୀ ସମୟରେ ସେହି ବୃକ୍ଷ ମାନଙ୍କ କିପରି ଉପଯୁକ୍ତ ଯତ୍ନ ନିଆ ଯାଇ ପାରିବ ସେ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଥିଲା | ବ୍ରାହ୍ମଣୀପାଲି
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋକନାଥ ବିଶ୍ୱାଳ ଏବଂ ଶିକ୍ଷକ ସଞ୍ଜୟ ନାରାୟଣ ଗୁରୁଙ୍କ ସମେତ ସ୍କୁଲର ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ l କରିଥିବାରୁ | ସେଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ର କିଛି ମହିଳା ମଧ୍ୟ ବୃକ୍ଷରୋପଣ ରେ ସାହାଯ୍ଯ କରିଥିବାରୁ ସମସ୍ତଙ୍କୁ ଅନୁଷ୍ଠାନ ତରଫରୁ ସାଧୁବାଦ ଜ୍ଞାପନ କରାଯାଇଥିଲା l