-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
25-Jan-2021
ଜି.ଉଦୟଗିରି(ପ୍ରେରଣା ଖବର) : ସ୍କୁଲରୁ ଶିକ୍ଷୟିତ୍ରୀଙ୍କୁ ଅପହରଣ ଉଦ୍ୟମ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ମିଳିଥିବା ସୂଚନା ମୁତାବକ, ଜି.ଉଦୟଗିରିସ୍ଥିତ ପଦାସାହି ପ୍ରାଥମିକ ବିଦ୍ୟାଳୟ ଏହି ଶିକ୍ଷୟିତ୍ରୀ କାର୍ଯ୍ୟରତ ଅଛନ୍ତି। କୌଣସି କାରଣରୁ ଶିକ୍ଷୟିତ୍ରୀଙ୍କୁ ୫ ଜଣ ଯୁବକ ଉଠାଇ ନେବାକୁ ଚେଷ୍ଟା କରିଥିଲେ। ସ୍କୁଲରେ ଥିବା ଅନ୍ୟ ଶିକ୍ଷକଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ ବୁର୍ବୃତ୍ତମାନେ।
୨ କାରରେ ୫ ଜଣ ଦୁର୍ବୃତ୍ତ ଆସି ସ୍କୁଲରେ ଆତଙ୍କ ଖେଳାଇ ଦେଇଥିଲେ। ସ୍କୁଲର ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ଶିକ୍ଷକ ମଧ୍ୟ ସ୍କୁଲରେ ଉପସ୍ଥିତ ଥିଲେ। ଏହି ଘଟଣା ସଂପର୍କରେ ପୋଲିସକୁ ଖବର ଦେବା ପରେ ଦୁର୍ବୃତ୍ତମାନେ ଖସିଯିବାକୁ ଚେଷ୍ଟା କରିଥିଲେ। ଜି.ଉଦୟଗିରି ପୋଲିସ ପିଛା କରି ୩ ଦୁର୍ବୃତ୍ତଙ୍କୁ କାବୁ କରିଥିବା ବେଳେ ୨ ଜଣ ଖସି ଯିବାର ସଫଳ ହୋଇଛନ୍ତି। ପୋଲିସର ସୂଚନା ମୁତାବକ, ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଜଣେ ସରକାରୀ ଚାକିରିଆ। ଏ ସମସ୍ତଙ୍କ ଘର ଫୁଲବାଣୀ ଏବଂ ଭୁବନେଶ୍ବର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। କେଉଁ କାରଣରୁ ଶିକ୍ଷୟିତ୍ରୀଙ୍କୁ ଅପହରଣ କରିବାକୁ ଉଦ୍ୟମ କରୁଥିଲେ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।