-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ରାଜ୍ୟ

ଟିଆରପି ଡାଟା ଏପଟ ସେପଟ ପାଇଁ ଅର୍ଣ୍ଣବ ମୋତେ ଦେଇଛନ୍ତି ୫୦ ଲକ୍ଷ ଟଙ୍କା: ବାର୍କର ପୂର୍ବତନ ସିଇଓଙ୍କ ସାଂଘାତିକ ବୟାନ

25-Jan-2021



ନୂଆଦିଲ୍ଲୀ(ପ୍ରେରଣା ଖବର ବ୍ୟୁରୋ) : ରିପବ୍ଲିକ୍‌ ଟିଭିର ମୁଖ୍ୟ ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କ ପାଇଁ ବଢ଼ିଲା ଅଡ଼ୁଆ । ଟିଆରପି ହେରଫେର ମାମଲାରେ ଛନ୍ଦି ହୋଇଥିବା ଅର୍ଣ୍ଣବଙ୍କ ବିରୋଧରେ ପୁଣି ଏକ ସଂଗୀନ ଅଭିଯୋଗ ଆସିଛି। ପୂର୍ବତନ ବାର୍କ(BARC) ଇଣ୍ଡିଆ ସିଇଓ ପାର୍ଥ ଦାସଗୁପ୍ତା ମୁମ୍ବାଇ ପୋଲିସକୁ ଦେଇଥିବା ଲିଖିତ ବୟାନକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ନିଜ ଲିଖିତ ବୟାନରେ ପାର୍ଥ ଦାସଗୁପ୍ତାର କହିଛନ୍ତି ଅର୍ଣ୍ଣବ ତାଙ୍କୁ ୧୨ ହଜାର ଡଲାର ଦେଇଛନ୍ତି। ତାଙ୍କ ୩ ବର୍ଷ କାର୍ଯ୍ୟକାଳରେ ଅର୍ଣ୍ଣବ ମୋଟ ୪୦ ଲକ୍ଷ ଟଙ୍କା ଦେଇଥିବା ଲେଖିଛନ୍ତି ପାର୍ଥ।

ଏହି ଟଙ୍କା ରପବ୍ଲିକ୍‌ ଟିଭିର ଟିଆରପି ହେରଫେର କରିବାକୁ ମିଳିଥିବା ସେ ଉଲ୍ଲେଖ କରିଛନ୍ତି। ଟିଆରପି ହେରଫେର ନେଇ ଏହି ସୂଚନା ସପ୍ଲିମେଣ୍ଟାରି ଚାର୍ଜସିଟ୍‌ରୁ ମିଳିଛି ଯାହାକି ଟିଆରପି ଘୋଟାଲା ମାମଲାରେ ମୁମ୍ବାଇ ପୋଲିସ ଦ୍ବାରା ଦାଏର କରାଯାଇଥିଲା। ୩୬୦୦ ପୃଷ୍ଠାର ସପ୍ଲିମେଣ୍ଟାରି ଚାର୍ଜସିଟ୍‌ ମୁମ୍ବାଇ ପୋଲିସ ଦ୍ବାରା ୧୧ ଜାନୁଆରୀରେ ଦାଏର କରାଯାଇଥିଲା। ଯେଉଁଥିରେ ବାର୍କ ଫୋରେନ୍ସିକ୍‌ ଅଡିଟ୍‌ ରିପୋର୍ଟ ମଧ୍ୟ ସାମିଲ ରହିଛି। ଏହା ସହ ଦାସଗୁପ୍ତା ଓ ଅର୍ଣ୍ଣବଙ୍କ ମଧ୍ୟରେ ହୋଇଥିବା ହ୍ବାଟସ୍‌ ଆପ୍ ଚାଟ୍‌ ସହ ବାର୍କର ପୂର୍ବତନ କର୍ମଚାରୀ ଓ ଅନ୍ୟ ୫୯ ଲୋକଙ୍କ ବୟାନ ସାମିଲ ଅଛି।

ଅଡିଟ୍‌ ରିପୋର୍ଟରେ ଅନେକ ଚ୍ୟାନେଲ ରପବ୍ଲିକ୍‌ ଟିଭି, ଟାଇମ୍ସ ନାଓ ଓ ଆଜତକ୍‌ ପାଇଁ ବାର୍କର ବରିଷ୍ଠ ଅଧିକାରୀ ଟିଆରପିରେ ହେରଫେର କରିବା ସହ ରେଟିଂର ଫିକ୍ସିଂ ତଥ୍ୟ ବି ରହିଛି। ପାର୍ଥ ଦାସଗୁପ୍ତା, ରୋମିଲ ରାମଗଢ଼ିଆ, ବିକାଶ ଖନଚନ୍ଦାନୀଙ୍କ ବିରୋଧରେ ସପ୍ଲିମେଣ୍ଟାରି ଚାର୍ଜସିଟ୍‌ ଦାଏର କରାଯାଇଥିଲା। ସର୍ବ ପ୍ରଥମେ ୧୨ ଜଣଙ୍କ ନାଁରେ ମାମଲା ଦାଏର ହୋଇଥିଲା। ଦ୍ବିତୀୟ ଚାର୍ଜସିଟ୍‌ ଆଧାରରେ କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟ୍‌ ୯ ଡିସେମ୍ବରରେ ଦାସଗୁପ୍ତାଙ୍କ ବୟାନ ରେକର୍ଡ କରିଥିଲା।
ଦାସଗୁପ୍ତାଙ୍କ ବୟାନ ଅନୁସାରେ, ‘ମୁଁ ଅର୍ଣ୍ଣବ ଗୋସ୍ବାମୀଙ୍କୁ ୨୦୦୪ରୁ ଜାଣିଛି। ଆମେ ଟାଇମ୍ସ ନାଓରେ ଏକାଠି କାର୍ଯ୍ୟ କରୁଥିଲୁ। ମୁଁ ବାର୍କ ସିଇଓ ଭାବେ ୨୦୧୩ରେ ଯୋଗ ଦେଲି। ଅର୍ଣ୍ଣବ ଗୋସ୍ବାମୀ ୨୦୧୭ରେ ରିପବ୍ଲିକ୍‌ ଟିଭି ଲଞ୍ଚ କରିଥିଲେ। ରିପବ୍ଲିକ୍‌ ଲଞ୍ଚ କରିବା ପୂର୍ବରୁ ଅର୍ଣ୍ଣବ ଏନେଇ ମୋ ସହ ଆଲୋଚନା କରିବା ସହ ଟିଆରପି ରେଟିଂ ପାଇଁ ସାହାଯ୍ୟ କରିବାକୁ କହିଥିଲେ। ଗୋସ୍ବାମୀଙ୍କୁ ଜଣାଥିଲା ଯେ ମୁଁ ଜାଣିଛି ଟିଆରପି ସିଷ୍ଟମ କେମିତି କାର୍ଯ୍ୟ କରୁଛି।’
ଏହା ସହ ସେ ଆହୁରି କହିଛନ୍ତି, ‘ମୁ ମୋ ଟିମ୍‌ ସହ କାମ କରୁଥିଲି ଏବଂ ଟିଆରପିରେ ହେରଫେର କରୁଥିଲି। ଯେମିତି ରପବ୍ଲିକ୍‌ ଟିଭିକୁ ନମ୍ବର ଏକ ରେଟିଂ ମିଳିପାରିବ। ଏମିତି ୨୦୧୭ରୁ ୨୦୧୯ ଯାଏ ଚାଲିଥିଲା। ୨୦୧୭ରେ ଅର୍ଣ୍ଣବ ମୋତେ ପାଖାପାଖି ୬୦୦୦ ହଜାର ଡଲାର ଦେଇଥିଲେ। ୨୦୧୯ରେ ବି ପ୍ରାୟ ଏତିକି ଟଙ୍କା ଦେଇଥିଲେ। ୨୦୧୭ରେ ଅର୍ଣ୍ଣବ ମୋତେ ସାକ୍ଷାତ କରି ନଗଦ ୨୦ ଲକ୍ଷ ଟଙ୍କା ଦେଇଥିଲେ। ୨୦୧୮ ଓ ୨୦୧୯ରେ ସେ ପୁଣି ୨୦ ଲକ୍ଷ ଟଙ୍କା ଦେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like