-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
25-Jan-2021
ସୁବର୍ଣ୍ଣପୁର, (ପ୍ରେରଣା ଖବର) : ନିଆରା ଢ଼ଙ୍ଗରେ ପାଠପଢ଼ା । ଶିକ୍ଷାବର୍ଷ ଶେଷ ହେବାକୁ ବସିଥିବା ବେଳେ ପାଠପଢାରେ ବାଧା ସାଜିଛି କରୋନା ମହାମାରୀ । ତେବେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଭିନ୍ନ ରାସ୍ତା ବାହାର କରିଛନ୍ତି ଶିକ୍ଷକ । ଘରେ ମୋବାଇଲ ଥାଉ ବା ନଥାଉ, ଗାଁରେ ନେଟୱର୍କ୍ ରହୁ ବା ନରହୁ, ସବୁ ପିଲା ପାଠ ପଢ଼ିବେ ।ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ବ୍ଲକ ବଲେନପାଲି ଗାଁରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ପାଇଁ ଶିକ୍ଷକମାନେ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି । ଯାହାକୁ ନେଇ ସାରା ଅଚଂଳରେ ଏବେ ବେଶ୍ ଚର୍ଚ୍ଚା ।
ପିଲା ଆସୁନାହାନ୍ତି, ବିଦ୍ୟାଳୟ ପରିସରରେ ସାମାଜିକ ଦୁରତା ରଖିବା ସହ ମୁହଁରେ ମାସ୍କ ଲଗାଇ ଦଳଦଳ ହୋଇ ବସିଛନ୍ତି ମହିଲା । ସମସ୍ତଙ୍କ ସାମ୍ନାରେ ବହିଖାତା ଓ ହାତରେ ଧରିଛନ୍ତି ପେନ୍ । ଶିକ୍ଷକମାନେ ମା’ ମାନଙ୍କୁ କରୁଛନ୍ତି ଶିକ୍ଷାଦାନ । ସୁବର୍ଣ୍ଣପୁର ଜିଲ୍ଲା ଡୁଗୁଂରିପାଲି ବ୍ଲକ ପଣ୍ଡକିଟାଲ ପଚାଂୟତ ବଲେନପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଏକ ଅଭିନବ ଉପାୟରେ ଚାଲିଛି ଶିକ୍ଷାଦାନ । ପ୍ରକୃତରେ ଏମାନେ କୌଣସି ଶିକ୍ଷୟିତ୍ରୀ ବା ଛାତ୍ରୀ ନୁହନ୍ତି । ଉଜ୍ୱଳ ଓ ଉତ୍ଥାନ ପାଠ୍ୟ ପୁସ୍ତକକୁ ମା ମାନଙ୍କୁ ପଢାଯାଉଛି ।ସେମାନେ ପାଠପଢି ବୁଝିଲା ପରେ ଘରେ ଯାଇ ନିଜ ନିଜର ପିଲା ମାନଙ୍କୁ ପଢାଉଛନ୍ତି । ଫଳରେ ଛାତ୍ରଛାତ୍ରୀ ସହଜରେ ପାଠପଢ଼ି ପାରୁଛନ୍ତି ।
ମହାମାରୀ ସମୟରେ କୁନି କୁନି ପିଲା ସ୍କୁଲକୁ ଆସିପାରୁନଥିବା ବେଳେ ପିଲାଙ୍କ ପାଠପଢାରେ ବାଧା ସୃଷ୍ଟି ହୋଇଛି ।ଗ୍ରାମାଞ୍ଚଳରେ ଥିବା ଗରୀବ ପିଲାମାନେ ଶିକ୍ଷାଦାନରୁ ବଂଚିତ ହେଉଛନ୍ତି । ତେବେ ଏହି ସମସ୍ୟାର ସମାଧାନ ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମା’ଙ୍କୁ ପାଠ ପଢ଼ାଇ ପିଲାଙ୍କୁ ଶିକ୍ଷିତ କରିବାକୁ ଚେଷ୍ଟା କରୁଛନ୍ତି । ତେବେ ଏଥିପାଇଁ ଗାଁରେ ଏକ ବୈଠକ କରି ଗ୍ରାମବାସୀକୁଂ ପ୍ରସ୍ତାବ ଦେଇଥିଲେ । ଲୋକଙ୍କ ସହମତି କ୍ରମେ ବିଦ୍ୟାଳୟର ଏହି ନିଆରା ଶିକ୍ଷାଦାନ ସଫଳ ହୋଇପାରିଛି ତଥା ଏହି ନିଆରା ଶିକ୍ଷା ପଦ୍ଧତିକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।