-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ଉପାନ୍ତରେ ପ୍ରାଥମିକ ଶିକ୍ଷାର ନଗ୍ନ ଚିତ୍ର, ଆଠ ଟି ଶ୍ରେଣୀକୁ ଜଣେ ଶିକ୍ଷକ

13-Jul-2025



ନୂଆଁପଡ଼ା (ପରମେଶ୍ଵର ମେହେର): ପ୍ରଶାସନ ପ୍ରାଥମିକ ଶିକ୍ଷା କୁ ସାର୍ବଜନୀନ କରିବା ସହ ଗୁଣାତ୍ମକ ଶିକ୍ଷାଦାନ ସକାଶେ ବିଦ୍ୟାଳୟରେ ତାଲିମ ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଉନ୍ନତ ମାନର ଶ୍ରେଣୀ କୋଠା,ମଧ୍ୟାହ୍ନ ଭୋଜନ , ପୋଷାକ ସାଙ୍ଗକୁ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା କରୁଛନ୍ତି। ବିଭାଗୀୟ ଅଧିକାରୀ ମାନଙ୍କ ଅପାରଗତା ତଥା ଆନ୍ତରିକତା ର ଅଭାବ ଯୋଗୁଁ  ଏସବୁ ସଫଳ ରୂପାୟନ ହୋଇପାରୁ ନାହିଁ। ପ୍ରାଥମିକ ଶିକ୍ଷା ଉପାନ୍ତ ରେ ଫେଲ ମାରିଥିବା ବେଳେ ପ୍ରାଥମିକ ଶିକ୍ଷାର ନଗ୍ନ ଚିତ୍ର ସହଜେ ବାରିହୋଇପଡ଼ିଛି। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଉପାନ୍ତ ନଙ୍ଗଲବୋଡ ପଞ୍ଚାୟତ ଅନ୍ତର୍ଗତ ଭୂଳିଆଭଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ। ଏଠାରେ ଆଠଟି ଶ୍ରେଣୀ ପାଇଁ  ଜଣେ ମାତ୍ର ଶିକ୍ଷକ ନିଯୁକ୍ତ ଥିବା ବେଳେ ଏହି କ୍ଲଷ୍ଟର ଥିବା ସିଆରସିସି ଉକ୍ତ ବିଦ୍ୟାଳୟକୁ ସମ୍ଭାଲୁ ଥିବା ଜଣାପଡିଛି। ଏନେଇ ବିଭାଗୀୟ ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ କଲେ  ଶୁଣୁ ନି ପ୍ରଶାସନ। ହାତ ବାନ୍ଧି ବସିଛି ଶିକ୍ଷା ବିଭାଗ। ଏନେଇ ଅସନ୍ତୋଷ ଅବିଭାବକ ଙ୍କ ମଧ୍ୟରେ ଦାନା ବାନ୍ଧୁଛି ଆନ୍ଦୋଳନ। ପ୍ରାପ୍ତ ଖବର ଅନୁସାରେ ୧୯୬୨ ମସିହାରେ ସ୍ଥାପିତ ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଯାଏ ଆଠ ଟି ଶ୍ରେଣୀ ରେ ମୋଟ ୯୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି। ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପାଇଁ ଏଠାରେ ଜଣେ ମାତ୍ର ଶିକ୍ଷକ ନିଯୁକ୍ତ ଅଛନ୍ତି। ବିଦ୍ୟାଳୟରେ ମୋଟ ଦୁଇ ଗୋଟି ଶ୍ରେଣୀ କୋଠରୀ ଥିବା ବେଳେ ପ୍ରଥମ କୋଠରୀରେ ପ୍ରଥମ ରୁ ପଞ୍ଚମ ଯାଏ ବସୁଥିବା ବେଳେ ଦ୍ଵିତୀୟ ଶ୍ରେଣୀ କୋଠରୀରେ ଷଷ୍ଠ ରୁ ଅଷ୍ଟମ ଯାଏ ବସୁଥିବା ଅଭିଯୋଗ ହୋଇଛି। ଜଣେ ଶିକ୍ଷକ ଏତକ ଛାତ୍ରଛାତ୍ରୀଙ୍କୁ ଏକାଠି ସମ୍ଭାଳିବା ସମ୍ଭବ ନୁହେଁ। ପରିସ୍ଥିତିରେ ଏଠାରେ ଦାୟିତ୍ୱରେ ଥିବା ସିଆରସିସି ଈଶ୍ୱର ବଘେଲ ଉକ୍ତ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କୁ ସମ୍ଭାଲୁ ଥିବା ଦେଖିବାକୁ ମିଳିଛି। ଅନ୍ୟ ପକ୍ଷରେ ଉକ୍ତ କୋଠା ଗୁଡ଼ିକ ପାଣି ଝରୁଥିବା ସହ ଛାତରୁ ଅତଡ଼ା ଖସି ବିପଦ ସଙ୍କୁଳ ହୋଇପଡିଛି। ପ୍ରକାଶ ଯୋଗ୍ୟ ଯେ ଏହି ବିଦ୍ୟାଳୟରେ ମୋଟ ତିନି ଜଣ ଶିକ୍ଷକ ନିଯୁକ୍ତ ଥିଲେ। ହେଲେ ଗତ ମଇ ମାସରେ ଦୁଇଜଣ ସିଆରସିସି ଭାବରେ ଅନ୍ୟତ୍ର ସ୍ଥାନାନ୍ତର ହେବା ଫଳରେ ବର୍ତ୍ତମାନ ମାତ୍ର ଜଣେ ଶିକ୍ଷକ ଜୟ ଭୋଇ କାର୍ଯ୍ୟରତ ଅଛନ୍ତି।  ବିଦ୍ୟାଳୟର ଏଭଳି ଦୂରବସ୍ଥା କୁ ନେଇ ସ୍ଥାନୀୟ ବିଦ୍ୟାଳୟ ପରିଚାଳନା କମିଟି ତଥା ଅବିଭାବକ ବୃନ୍ଦ ସିନାପାଲି ବିଇଓ ଅଫିସ୍ ଯାଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯତୀନ୍ଦ୍ର ସେଠାକୁ ଲିଖିତ ଅବଗତ କରିବାରୁ ୩୦ ତାରିଖ ସୁଦ୍ଧା ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ହେଲେ ଆଜକୁ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆନଯିବାରୁ ଅବିଭାବକ ବୃନ୍ଦ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଦ୍ୟାଳୟର ଏଭଳି ଦୂରବସ୍ଥା ଏବଂ ସଙ୍ଗୀନ ଅଭିଯୋଗ ବିଷୟରେ ଶିକ୍ଷାଧିକାରୀ ଅବଗତ ଥାଇ ମଧ୍ୟ କୌଣସି ପଦକ୍ଷେପ ନନେବା ଦୁର୍ଭାଗ୍ୟର ବିଷୟ। ଶିକ୍ଷାଧିକାରୀ ଙ୍କ ଅବହେଳା ତଥା ଆନ୍ତରିକତା ର ଅଭାବ କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଅବିଭାବକ ମହଲ  ଅସନ୍ତୋଷ ପ୍ରକାଶ ପାଇଛି। ତତ୍ ସହିତ ଉକ୍ତ ବିଦ୍ୟାଳୟରେ ପାନୀୟଜଳ ସମସ୍ୟା ଥିବା ବେଳେ ଶୌଚାଳୟ ପରିତ୍ୟକ୍ତ ଅବସ୍ଥାରେ ରହିଛି। ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନା ଯୋଗ୍ୟ ଯେ ଏହି ଉପାନ୍ତ ଅଞ୍ଚଳରୁ ଅନେକ ଛାତ୍ରଛାତ୍ରୀ ସହଶିକ୍ଷା କାର୍ଯ୍ୟକ୍ରମ ମାନଙ୍କରେ  କୃତିତ୍ୱ ହାସଲ କରି ଜିଲ୍ଲା ତଥା ରାଜ୍ୟ ସ୍ତରକୁ ଯାଇ ସୁନାମ ଅର୍ଜନ କରିଛନ୍ତି। ଏଭଳି ସ୍ଥିତିରେ ଶିକ୍ଷାଧିକାରୀ ଙ୍କ ଅବହେଳା ତଥା ଉପାନ୍ତ ଅଞ୍ଚଳ କୁ ଅଣଦେଖା ଅଶୋଭନୀୟ ବୋଲି ପ୍ରକାଶ କରିଛନ୍ତି। ଏଭଳି ସ୍ଥିତିରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ ରାଜା ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ସହ  ବିଇଓ ଅଫିସ୍ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହେବୁ ବୋଲି ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ କ୍ଷୀରଧର ମାଝୀ, ଗୋବର୍ଦ୍ଧନ ଜଗତ, ବନ ମାଝୀ,ରିଖିରାମ ତାଣ୍ଡି, କ୍ଷେମ ସାଗର ମାଝୀ, ଗଣେଶ ମାଝୀ, ଝଜମନ ତାଣ୍ଡି, ଚୂଡ଼ାମଣି ମାଝୀ, ଚିନ୍ତାମଣି ମାଝୀ, କ୍ଷିରସିନ୍ଧୁ ସୁନାନୀ ପ୍ରମୁଖ ଚେତାବନୀ ଦେଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like