-+91-9937148622 |

prerana_bgr@rediffmail.com |

  Saturday 1st August 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ଏନଏସି ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ   (31-Jul-2026)       ||      ଲୋଇସିଂହା ଏନଏସି ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ   (31-Jul-2026)       ||      *ଗାନ୍ଧି ଷ୍ଟାଡିୟମ୍ ପାଇଁ ୨୫ କୋଟି ୭୫ ଲକ୍ଷ ଓ ଭୀମଭୋଇ ସମାଧିପୀଠ ଖଲିଆପାଲି ପାଇଁ ୩୪କୋଟି ଅର୍ଥ ମଞ୍ଜୁରୀ - ଜିଲ୍ଲାପାଳ ଙ୍କୁ ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଶୁଭେଛା ସମ୍ୱର୍ଦ୍ଧନା ଜ୍ଞାପନ*-   (31-Jul-2026)       ||      ଅଧ୍ୟକ୍ଷ ହେମନ୍ତ କୁମାର ମୁଣ୍ଡଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା,,,,,,, .୩୫ ବର୍ଷ ୨ମାସର କାର୍ଯ୍ୟଧାରା .ନମ୍ରତା ଓ ସରଳତା ଥିଲା ମୂଳମନ୍ତ୍ର   (31-Jul-2026)       ||      ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶକଙ୍କ ତିନି ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ   (31-Jul-2026)       ||      ଲୋୟର ସୁକତେଲ ଡ୍ୟାମ୍‌ ଅଞ୍ଚଳରେ ୧୬୩ ଧାରା ଲାଗୁ: ପ୍ରବେଶ, ଗାଧୋଇବା ଓ ସେଲଫି ନେବା ଉପରେ କଟକଣା   (31-Jul-2026)       ||      *ଶ୍ରୀ ଶ୍ରୀ ଲକ୍ଷ୍ମୀମାଙ୍କ ୧୩୩ ତମ ଜନ୍ମ ଲଗ୍ନ ଘୋଷଣା ମହା ସମାରୋହରେ ପାଳିତ*   (31-Jul-2026)       ||      ସ୍ଥାୟୀ ବିଇଓ ଅଭାବରେ ଟିଟିଲାଗଡ ବିଇଓ କାର୍ଯ୍ୟାଳୟରେ ପ୍ରଶାସନିକ ଅବ୍ୟବସ୍ଥା ଅଭିଯୋଗ   (31-Jul-2026)       ||      ବରିଷ୍ଠ କଂଗ୍ରେସ ନେତାଙ୍କ ବନ୍ଯା ଅଞ୍ଚଳ ପରିଦର୍ଶନ   (31-Jul-2026)       ||      ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ   (31-Jul-2026)       ||      *ଭାରତ ବିକାଶ ପରିଷଦ, ସୋନପୁର ଶାଖା ପକ୍ଷରୁ ସିଡ୍ ବଲ୍ ନିକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ*-   (31-Jul-2026)       ||      ଆଗଲପୁର ବ୍ଲକ ରେ ବନ୍ୟା, ବିଚ୍ଛିନ୍ନ ରାସ୍ତା ଶୀଘ୍ର ମରାମତି, ଘର ଓ ଜମି ରେ ବାଲିଚର କ୍ଷତିପୂରଣ ପାଇଁ ଦାବି                        (31-Jul-2026)       ||      ବରଗଡ଼ ଜିଲ୍ଲା ଲାୟନ୍ସ ଓ ଲିଓ କ୍ଳବ୍ ର ପ୍ରତିଷ୍ଠା ଦିବସ    (31-Jul-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଘର ବୁଡ଼ିଲା ନଦୀ କୁଳିଆ ଚାଷଜମି   (31-Jul-2026)       ||      ରେଳ ଉନ୍ନୟନ ପାଇଁ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   (30-Jul-2026)       ||      କୁମିଆଁପାଲିରେ ବିସ୍ଥାପିତପରିବାରଙ୍କ ପାଖରେ ପହଞ୍ଚିଲା ବିଜେଡି ଫେକ୍ଟଫାଇଣ୍ଡିଙ୍ଗ ଟିମ   (30-Jul-2026)       ||      କଣ୍ଡରା ଗ୍ରାମର ନଦୀ ଭିତରେ ଫସିଥିବା ଚାରି ଜଣଙ୍କୁ ଉଦ୍ଧାର କଲା ପ୍ରଶାସନ   (30-Jul-2026)       ||      ବଲାଙ୍ଗିର ଜିଲ୍ଲା କାରାଗାରରେ ସ୍ୱାସ୍ଥ୍ୟ ଶିବିର   (30-Jul-2026)       ||      ବନ୍ୟାଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ   (30-Jul-2026)       ||      ସୋନପୁର ପୈ।ର ପ୍ରଶାସନର ଜୋର ଜବରଦସ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ର ଖୋଲାଖୋଲି ଉଲଂଘନ! ଗରିବ ଦୋକାନୀ ହନ୍ତସନ୍ତ   (30-Jul-2026)       ||     

HOME   ଜିଲ୍ଲା

ଅମ୍ଵାଭୋନା ଆଦର୍ଶ ବିଦ୍ୟାଳୟରେ ୭୬ ତମ ବନ ମହୋତ୍ସବ ପାଳିତ

13-Jul-2025



ବରଗଡ଼ ଜିଲ୍ଲା ଅନ୍ତର୍ଗତ ଅମ୍ଵାଭୋନା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୭୬ତମ ବନମହୋତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ସୁଧାମୟ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟ୍ଟନାୟକ ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବରେ ଭଟଲି ସହ ବନ ସଂରକ୍ଷକ ସୁବୋଧ କୁମାର ସାହୁ,ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲାଲମୋହନ ସିଂହ,ଇକୋ କ୍ଳବ୍ ମାଷ୍ଟର ଟ୍ରେନର ତଥା ପରିବେଶବିତ୍ ସଞ୍ଜୟ ଖମାରୀ ଏବଂ ଅବସରପ୍ରାପ୍ତ  ପ୍ରଧାନ

ଶିକ୍ଷକ ବୈଷ୍ଣବ ଭୋଇ ଉପସ୍ଥିତ ଥିଲେ। ଅତିଥିମାନଙ୍କୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ଲୋ ମାର୍ଚ୍ଚ କରି ମଂଚ ଉପରକୁ ପାଛୋଟି ଆଣିଥିଲେ। ବରଗଡ଼ ବିଭାଗୀୟ ବନଖଣ୍ଡ ଅଧିକାରୀ ଶ୍ରୀ ପଟ୍ଟନାୟକ ଛାତ୍ରଛାତ୍ରୀମାନଙ୍କୁ ନିୟମିତ ଗଛ ଲଗାଇବା ତଥା ଜଙ୍ଗଲ ସୁରକ୍ଷାର ମହତ୍ ଲକ୍ଷ୍ୟରେ ସାମିଲ୍ ହେବାକୁ ଆହ୍ଵାନ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ଦ୍ଵାରା "ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା" ପ୍ରସଙ୍ଗ ଭିତ୍ତିକ ଏକ ନିଆରା ନାଟକ ପରିବେଷଣ କରାଯାଇଥିଲା।ବନ ମହୋତ୍ସବ ପାଳନର ଅନେକ ପ୍ଲାକାର୍ଡ ପ୍ରଦର୍ଶନ ତଥା ସ୍ଲୋଗାନ ମାଧ୍ୟମରେ ବିଦ୍ୟାଳୟରେ ଏକ ଅନୁକୂଳ ବାତାବରଣ ସୃଷ୍ଟି କରା ଯାଇଥିଲା। ବିଦ୍ୟାଳୟର ଶିକ୍ଷକ ଆଦିତ୍ୟ ଭୂଏ ଓ ଦେବପ୍ରିୟା ତାଣ୍ଡି ସଭା ସଂଯୋଜନା କରିଥିଲେ।ତତ୍ ପରେ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକଙ୍କ ସହିତ ସମସ୍ତେ " ମାଁ ପାଇଁ ଗଛଟିଏ -୨.୦" କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଚାରାରୋପଣ କରିବା ପାଇଁ ସମ୍ମତି ପ୍ରଦାନ କରିଥିଲେ ଏବଂ ତାଙ୍କ ହାତରେ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।ତାଙ୍କ କରକମଳରେ ବିଦ୍ୟାଳୟର ହେଙ୍ଗିଙ୍ଗ ଗାର୍ଡେନ୍ ଉଦଘାଟିତ ହୋଇଥିଲା।ବିଦ୍ୟାଳୟ ପରିସରରେ ଅତିଥି, ଶିକ୍ଷକ ତଥା ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଶତାଧିକ ବୃକ୍ଷରୋପଣ କରି ବନ ମହୋତ୍ସବ ପାଳନ କରାଯାଇଥିଲା।ବନମହୋତ୍ସବ ଉପଲକ୍ଷେ ଆୟୋଜିତ ଏକ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରାଚୀ ନାୟକ, ରାହୁଲ ପଟେଲ ଓ କରିସ୍ମା ଦୁଆନ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବଂଶଧାରା, ସୁବର୍ଣ୍ଣରେଖା, ବ୍ରାହ୍ମଣୀ ଓ ମହାନଦୀ ହାଉସର ସଦସ୍ୟ ଶିକ୍ଷକ ମହେଶ୍ବର ପଧାନଙ୍କ ଦ୍ବାରା ନିର୍ଦ୍ଦେଶିତ "ଜଙ୍ଗଲ ସୁରକ୍ଷା, ଜୀବନ ରକ୍ଷା" ଶୀର୍ଷକ ଏକ କ୍ଷୁଦ୍ର ନାଟକ ପ୍ରଦର୍ଶନ ମାଧ୍ୟମରେ ଜଙ୍ଗଲ ସୁରକ୍ଷା କରିବା ନିମନ୍ତେ ସଚେତନତାର ବାର୍ତ୍ତା ଦେଇଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଗଙ୍ଗାରାମ ମିର୍ଦ୍ଧା, ବିକାଶ ପ୍ରଧାନ ,ସୁଶୀଳ କୁମାର ନାଏକ, କୀର୍ତ୍ତିଚନ୍ଦ୍ର ସରାଫ, ସୁଶ୍ରୀ  ସୌନ୍ଦର୍ଯ୍ୟା ଗଡତିଆ, ନିକେଶ ସାହୁ, ମୁକେଶ କୁମାର ସାହୁ, ଅବିନାଶ ପ୍ରଧାନ ,ସ୍ଵାଧୀନ କୁମାର ସାହୁ,ପୂଜା ଖମାରୀଙ୍କ ସମେତ ଇକୋ କ୍ଳବର ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ।ଶେଷରେ ଶିକ୍ଷକ ମହେଶ୍ବର ପଧାନ ଗଛ ଲଗାଇବା ପାଇଁ ଆହ୍ୱାନମୂଳକ କବିତା ପାଠ କରିଥିଲେ ଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେl


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ଏନଏସି ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ   31-Jul-2026
  ଜିଲ୍ଲା  
ଲୋଇସିଂହା ଏନଏସି ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ   31-Jul-2026
  ଜିଲ୍ଲା  
*ଗାନ୍ଧି ଷ୍ଟାଡିୟମ୍ ପାଇଁ ୨୫ କୋଟି ୭୫ ଲକ୍ଷ ଓ ଭୀମଭୋଇ ସମାଧିପୀଠ ଖଲିଆପାଲି ପାଇଁ ୩୪କୋଟି ଅର୍ଥ ମଞ୍ଜୁରୀ - ଜିଲ୍ଲାପାଳ ଙ୍କୁ ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଶୁଭେଛା ସମ୍ୱର୍ଦ୍ଧନା ଜ୍ଞାପନ*-   31-Jul-2026
  ଜିଲ୍ଲା  
ଅଧ୍ୟକ୍ଷ ହେମନ୍ତ କୁମାର ମୁଣ୍ଡଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା,,,,,,, .୩୫ ବର୍ଷ ୨ମାସର କାର୍ଯ୍ୟଧାରା .ନମ୍ରତା ଓ ସରଳତା ଥିଲା ମୂଳମନ୍ତ୍ର   31-Jul-2026
  ଜିଲ୍ଲା  
ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶକଙ୍କ ତିନି ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ   31-Jul-2026
  ଜିଲ୍ଲା  
ଲୋୟର ସୁକତେଲ ଡ୍ୟାମ୍‌ ଅଞ୍ଚଳରେ ୧୬୩ ଧାରା ଲାଗୁ: ପ୍ରବେଶ, ଗାଧୋଇବା ଓ ସେଲଫି ନେବା ଉପରେ କଟକଣା   31-Jul-2026
  ଜିଲ୍ଲା  
*ଶ୍ରୀ ଶ୍ରୀ ଲକ୍ଷ୍ମୀମାଙ୍କ ୧୩୩ ତମ ଜନ୍ମ ଲଗ୍ନ ଘୋଷଣା ମହା ସମାରୋହରେ ପାଳିତ*   31-Jul-2026
  ଜିଲ୍ଲା  
ସ୍ଥାୟୀ ବିଇଓ ଅଭାବରେ ଟିଟିଲାଗଡ ବିଇଓ କାର୍ଯ୍ୟାଳୟରେ ପ୍ରଶାସନିକ ଅବ୍ୟବସ୍ଥା ଅଭିଯୋଗ   31-Jul-2026
  ଜିଲ୍ଲା  
ବରିଷ୍ଠ କଂଗ୍ରେସ ନେତାଙ୍କ ବନ୍ଯା ଅଞ୍ଚଳ ପରିଦର୍ଶନ   31-Jul-2026
  ଜିଲ୍ଲା  
ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ   31-Jul-2026
  ଜିଲ୍ଲା  
*ଭାରତ ବିକାଶ ପରିଷଦ, ସୋନପୁର ଶାଖା ପକ୍ଷରୁ ସିଡ୍ ବଲ୍ ନିକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ*-   31-Jul-2026
  ଜିଲ୍ଲା  
ଆଗଲପୁର ବ୍ଲକ ରେ ବନ୍ୟା, ବିଚ୍ଛିନ୍ନ ରାସ୍ତା ଶୀଘ୍ର ମରାମତି, ଘର ଓ ଜମି ରେ ବାଲିଚର କ୍ଷତିପୂରଣ ପାଇଁ ଦାବି                       31-Jul-2026

You Might Also Like