-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
15-Jun-2025
(ମିହିର ଶଙ୍କର ପାତ୍ର,)
ଡାବୁଗାଁ ପୁଜାରିଗୁଡା ର ଗୀତିନାଟ୍ୟ " ଏମିତି ପ୍ରେମ କାହିଁକି କଲି" ରେ ବଳରାମ ହରିଜନ ନାମକ ଜଣେ ବ୍ୟକ୍ତି ଅଭିନୟ ମାଧ୍ୟମରେ ନାରୀମାନଙ୍କୁ, ସାଧୁସନ୍ଥଙ୍କୁ ଏବଂ ପରମ ବ୍ରହ୍ମ ମହିମା ଅଲେଖ ଙ୍କୁ ଅପମାନ କରିଥିବା ଅଭିଯୋଗ ହୋଇଛି। ଆପତ୍ତିଜନକ ଭିଡିଓ ସାମାଜିକ ଗଣମାଧ୍ୟମ ରେ ଘୁରି ବୁଲୁଛି ବୋଲି ଅଭିଯୋଗ ରେ ଦର୍ଶାଯାଇଛି। ଅଭିନୟ କରୁଥିବା ବ୍ୟକ୍ତି, ନାଟ୍ୟ ଗୁରୁ ଦାମୁ ବିଷୟୀ, ଏବଂ ୟୁଟ୍ୟୁବର୍ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ହେଉଛି। ଏହି ଅବସରରେ ହିନ୍ଦୁ ମହାସଂଘ ଓ ମହିମା ସମାଜ ର ଏକ ମିଳିତ ବୈଠକ କେଲିଆ ମହିମା ଆଶ୍ରମ ରେ ଅନୁଷ୍ଠିତ ହୋଇ ଥିଲା। ଯଦୁମଣି ବାବା, ଋଷିଦାସ ବାବା, ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର, କାର୍ତ୍ତିକ ଭତ୍ରା, ପୂର୍ବତନ ସରପଞ୍ଚ ଧର୍ମାନନ୍ଦ ନାୟକ, ଭାଗୀରଥି ମାଝି, ଚିତ୍ର ହରିଜନ, ଲଖିନାଥ ବାବା ପ୍ରମୁଖ ଆଲୋଚନା ରେ ଭାଗ ନେଇ ଥିଲେ। ସୌଭାଗ୍ୟ ବାବା ଙ୍କ ସହ ଯାଇ ଏକ ଏତଲା ଡାବୁଗାଁ ଥାନା ରେ ପ୍ରଦାନ କରା ଯାଇଥିଲା। ବିଧିବଦ୍ଧ ଭାବେ ହିନ୍ଦୁ ମହାସଂଘ ଦୋଷୀ ବ୍ୟକ୍ତି ର ଗିରଫ ଦାବି କରିଛି।