-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
22-Jan-2021
ସମ୍ବଲପୁର, (ପ୍ରେରଣା ଖବର ବ୍ୟୁରୋ): ରାଜ୍ୟ ସରକାରଙ୍କ କୃଷିମାରଣ ନୀତି ବିରୁଦ୍ଧରେ ଧାରଣା ସ୍ଥଳରେ ବସିଥିବା ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଅସୁସ୍ଥ ହୋଇଛନ୍ତି। ଗତକାଲିଠାରୁ ବିଜେପି ନେତା ଓ କର୍ମୀ ଧାରଣାରେ ବସିଛନ୍ତି । ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ଓ ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପ୍ରତିବାଦରେ ବିଜେପିର ଧାରଣ ଦେଇଛି।
ମଣ୍ଡିରୁ ଧାନ ନ ଉଠିବା ପର୍ଯ୍ୟନ୍ତ ବିଜେପିର ବରିଷ୍ଠ ନେତୃବୃନ୍ଦ ଥାନାରୁ ଉଠିବେ ନାହିଁ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି। ଗତକାଲିଠାରୁ ସମ୍ବଲପୁର ଟାଉନ ଥାନା ପରିସରରେ ସାରା ରାତି ଉଜାଗର ରହି ବିଜେପିର ତୁଙ୍ଗ ନେତା ପ୍ରତିବାଦ କରିଛନ୍ତି। ଚାଷୀ ସାମ୍ନା କରୁଥିବା ମଣ୍ଡି ସମସ୍ୟା, ଟୋକନ ଅବ୍ୟବସ୍ଥା, ଧାନକିଣାରେ କଟନି ଛଟନି, ବଳକା ଧାନ ପ୍ରସଙ୍ଗକୁ ନେଇ ବିଜେପି ପକ୍ଷରୁ ପ୍ରତିବାଦ ଜାରି ରହିଛି।