-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
22-Jan-2021
ଅନୁଗୋଳ(ପ୍ରେରଣା ଖବର ବ୍ୟୁରୋ) : ହୁତୁ ହୁତୁ ହୋଇ ଜଳିଗଲା ୧୨ ବଖରା ଘର। ଅନୁଗୋଳ ତାଳଚେର କିଶୋରଗଞ୍ଜ ପାଟଣା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ। ତାଳଚେର ମ୍ୟୁନସିପାଲଟି କିଶୋରଗଞ୍ଜ ପାଟଣା ୧୦ ନମ୍ବର ଓ୍ବାର୍ଡରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡଷର ୧୨ ବଖରା ଘର ପୋଡିଜଳି ପାଉଁଶ ହୋଇଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର ସଠିକ କାରଣ ଜଣା ପଡ଼ିନାହିଁ।
ଅଗ୍ନିଶମ ବିଭାଗର କର୍ମଚାରୀ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହି ଅଗ୍ନିକାଣ୍ଡରେ ତୀର୍ଥ କାଓର, କାହ୍ନୁଚରଣ ସାହୁ, ସୁବାଷ ସାହୁ ଏବଂ ସନ୍ତୋଷ ଦାସଙ୍କ ଘର ସମ୍ପୂର୍ଣ୍ଣ ଜାଳି ଯାଇଛି। ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବା ସହ ସେମାନଙ୍କୁ ପ୍ରାରମ୍ଭିକ ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।