-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
22-Jan-2021
କେନ୍ଦୁଝର, ପାଟଣା, (ପ୍ରେରଣା ଖବର ବ୍ୟୁରୋ): ମାଂସ ପାଇଁ ଜୀବନ ହାରିଦେଲେ ଭଉଣୀ । ମା’ କାହିଁକି ବଡ଼ ଭାଇମାନଙ୍କୁ ଦୁଇ ପିସ୍ ଅଧିକ ମାଂସ ଦେଇଦେଲେ ବୋଲି ଆତ୍ମହତ୍ୟା କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ବଡପାଟଣା ଗାଁରେ । ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ପାଟଣା ଥାନା ବଡ ପାଟଣା ଗାଁ ଜଣେ ଯୁବତୀ ବେକରେ ଓଢଣୀ ବାନ୍ଧି ଆତ୍ମହତ୍ୟା କରିଛନ୍ତି । ଘରେ ମାଂସ ତରକାରୀ ହୋଇଥିଲା । ସମସ୍ତେ ହସଖୁସିରେ ଖାଇ ବସିଥିଲେ । ହେଲେ ମା’ ଭାଇମାନଙ୍କୁ ଅଧିକ ଦୁଇ ପିସ୍ ମାଂସ ଦେଇଦେବାରୁ ରାଗିଯାଇଥିଲେ ସାନ ଭଉଣୀ । ବେକରେ ଓଢଣୀ ବାନ୍ଧି ଘରେ ଭିତରେ ଆତ୍ମହତ୍ୟା କରିଛନ୍ତି । ମୃତକ ହେଲେ କୁନି ନାଏକ ।
ଖବର ପାଇ ପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।