-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
22-Jan-2021
କଟକ/ମାହାଙ୍ଗା (ପ୍ରେରଣା ଖବର): କଟକ ଜିଲ୍ଲାର ମାହାଙ୍ଗା ଥାନା ଅନ୍ତର୍ଗତ ଇଟାମୁଣ୍ତଳି ଗ୍ରାମରେ ଜଣେ ମହିଳାଙ୍କ ପିଲା ନ ହେବାରୁ ତାଙ୍କ ଶାଶୁଘର ଲୋକେ ନିର୍ଯାତନା ଦେବା ସହ ଶ୍ବଶୁର ଦୁଷ୍କର୍ମ ଉଦ୍ୟମ କରିବା ନେଇ ଥାନାରେ ପୀଡ଼ିତା ବୋହୂ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଇଟାମୁଣ୍ତଳି ଗ୍ରାମର ଚୌଧୁରୀ ମହେନ୍ଦ୍ର ଦାସ ନିଜ ବୋହୂ ସ୍ବର୍ଣ୍ଣଲତା ସାହୁଙ୍କୁ ଦୀର୍ଘଦିନ ହେବ ପିଲା ନ ହେବାରୁ ଶାରୀରିକ, ମାନସିକ ଯନ୍ତ୍ରଣା ଦେଇ ଆସୁଥିଲେ।
ଆଜି ଶ୍ବଶୁର ବୋହୂ ସ୍ବର୍ଣ୍ଣଲତାଙ୍କୁ ପାଖକୁ ଡ଼କାଇ ଘରେ ପୁରାଇ ଜୋର ଜବରଦସ୍ତି ମାଡ଼ ମାରୀ ଦୁଷ୍କର୍ମ ଉଦ୍ୟମ କରିଛନ୍ତି। ନିଜକୁ ବଞ୍ଚାଇବାକୁ ଯାଇ ଜୋରରେ ପାଟି କରିବାରୁ ଘଟଣାସ୍ଥଳରେ ତାଙ୍କ ସ୍ବାମୀ ସାରଦା ପ୍ରସାଦ ପହଞ୍ଚିଥିଲେ। ପରେ ଶ୍ବଶୁର ଉଭୟ ପୁଅ ବୋହୂଙ୍କୁ ମାଡ଼ ମାରିଥିଲେ ବୋଲି ଥାନାରେ ଅଭିଯୋଗ କରିବା ସହ ନ୍ୟାୟ ନ ମିଳିଲେ ଉଭୟ ସ୍ବାମୀ ସ୍ତ୍ରୀ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି।