-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
21-Apr-2025
କଣ୍ଟାମାଳ(ଜୟ କୁମାର ମହାରଣା): ଘଣ୍ଟାପଡା ପୋଲିସ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ବେଳେ ଏକ ଗଞ୍ଜେଇ ଚାଲାଣ ହେଉଥିବା ଏକ ଅଟୋ ଜବତ କରାଯାଇଛି l ଏହା ସହିତ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରାଯାଇଛି l ସୂଚନା ପ୍ରକାରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଏସଏଚ ୪୧ ରାସ୍ତାର ସର୍ଗିପଡା ଛକ ନିକଟରେ ଏକ ଅଟୋ ଗାଡ଼ିକୁ ପୋଲିସ ଅଟକାଇଥିଲା l ଯାଞ୍ଚ ସମୟରେ ଜରି ବସ୍ତା ଭିତରେ ଗଞ୍ଜେଇ ଥିବା ଜଣା ପଡିଥିଲା l ଗଞ୍ଜେଇ ଏବଂ ଅଟୋ ଜବତ କରାଯିବା ସହିତ ଅଭିଯୁକ୍ତକୁ ଗିରଫ କରାଯାଇଛି l
ଅତିରିକ୍ତ ତହସିଲଦାର ଧନଞ୍ଜୟ ସାହୁଙ୍କ ଉପସ୍ଥିତରେ ଗଞ୍ଜେଇର ଓଜନ କରିବାରୁ ୪୦କେଜି ୨୬୦ଗ୍ରାମ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l ଅଭିଯୁକ୍ତ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଲଣ୍ଡାଗାଁ ଗ୍ରାମର ଉତ୍ତର ମାଝୀ(୨୫) ବୋଲି ଜଣାପଡିଛି l ଅଭିଯୁକ୍ତକୁ ପୋଲିସ ହେପାଜତରେ ରଖାଯାଇଛି ଆସନ୍ତାକାଲି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନାଧିକାରୀ ମାଧବ ଚନ୍ଦ୍ର ଟାକ୍ରି ସୂଚନା ଦେଇଛନ୍ତି l