-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
21-Apr-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ) -ସମଗ୍ର ରାଜ୍ୟରେ ଗ୍ରୀଷ୍ମପ୍ରବାହ ହୁତୁହୁତୁ ବଢ଼ି ଚାଲିଛି। ଏଭଳି ସ୍ଥିତିରେ ନଳକୂପ ଗୁଡ଼ିକରେ ମଧ୍ୟ ପାଣିର ଅଭାବ ଦେଖିବାକୁ ମିଳୁଛି।ଗାଇସିଲେଟ ବ୍ଲକରେ ଜଳ ସଙ୍କଟ ଦୂର କରିବା ଲକ୍ଷ୍ୟରେ ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟା ତାଙ୍କ ଅନୁଦାନରୁ ଆଜି ଏକ ପାଣି ଟ୍ୟାଙ୍କର ଗାଇସିଲେଟ ବ୍ଲକ କୁ ଯୋଗାଇ ଦେବା ଫଳରେ ଲୋକେ ପାଣି ସମସ୍ୟାରୁ ନିଶ୍ଚିତ କିଛି ନା କିଛି ମୁକ୍ତି ପାଇ ପାରିବା ସହ ବିଧାୟକଙ୍କ ଏଭଳି ତୁରନ୍ତ ପଦକ୍ଷେପ କୁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି । ନୂତନ ପାଣି ଟ୍ୟାଙ୍କର ଆସିବା ମାତ୍ରେ ଜନସାଧାରଣ ବେଶ ଖୁସି ଅନୁଭବ କରିଛନ୍ତି।