-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
21-Apr-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ଶହ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଲାଣି। ଏହାକୁ ଅନୁଭବ ସ୍ୱରୂପ ବରଗଡ଼ ରେଲୱେ ଅଣ୍ଡର ପାସ୍ ନିକଟରେ ସମବାୟ ସମିତିର ଅବସରପ୍ରାପ୍ତ ସହ ଉପ ନିବନ୍ଧକ ସୁବାଷ ଚନ୍ଦ୍ର କରଙ୍କ ନିଜସ୍ବ ପ୍ରଚେଷ୍ଟାରେ ଏକ ପଥପ୍ରାନ୍ତ ଜଳ ଯୋଗାଣ କେନ୍ଦ୍ର ଉଦଘାଟିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସମାଜସେବୀ ଶାନ୍ତନୁ ମେହେର, ଚିତ୍ତରଞ୍ଜନ ମହାପାତ୍ର, ବରିଷ୍ଠ ଓକିଲ ଅଶ୍ବିନୀ କୁମାର ପଣ୍ଡା, ରମେଶ ପତିଙ୍କ ସମେତ ବହୁ ମାନ୍ଯଗଣ୍ଯ ଭଦ୍ର ବ୍ଯକ୍ତି ଉପସ୍ଥିତ ଥିଲେ । ଗତ ଦଶ ବର୍ଷ ହେଲା ଏହି ଜଳ ଯୋଗାଣ କେନ୍ଦ୍ର ପଥଚାରୀଙ୍କ ତୃଷା ନିବାରଣ କରିଆସୁଥିବା ସହ ଜନସାଧାରଣଙ୍କ ଦ୍ବାରା ବେଶ ଆଦୃତ ହୋଇ ପାରିଥିବା ଜଣାଯାଏ।