-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
17-Apr-2025
ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବଇରାସର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରରେ ନୂତନ ଭାବେ ଯୋଗଦାନ କରିଥିବା କନିଷ୍ଠ ଶିକ୍ଷକ ଭାବେ ଆଶିଷ କୁମାର ଚାନ୍ଦ, ଅନ୍ତର୍ଯ୍ୟାମୀ ରଣାଙ୍କୁ କ୍ଲଷ୍ଟର ତରଫରୁ ସ୍ଵାଗତ କରାଯିବା ସହ ଚିଚିଣ୍ଡାପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଭୂଷଣ ସେଠ୍ ଙ୍କୁ
ପ୍ରଶସ୍ତିପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସେବାନିବୃତ୍ତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଯାଇଅଛି । ଏହି ସଭାରେ ଶ୍ରୀଯୁକ୍ତ ରଘୁବଳ ସୁନା, ପ୍ରଧାନ ଶିକ୍ଷକ ବଇରାସର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଭାପତିତ୍ବ କରିଥିବା ବେଳେ ସ୍ଥାନୀୟ ସିଆରସିସି ରଞ୍ଜିତ ମିଶ୍ର, ଦେବରାଜ ପାଣଗ୍ରାହୀ ପ୍ରଧାନ ଶିକ୍ଷକ ଛେମତଲା ସରକାରୀ ଉଚ୍ଚ ପ୍ରାଥମିକ ମଞ୍ଚାସିନ ରହି ଶ୍ରୀଯୁକ୍ତ ସେଠ୍ ଙ୍କ ବିଷୟରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଳଜଡ ସିଆରସିସି ଅଜିତ କୁମାର ଶତପଥି, ପୂର୍ବତନ ସିଆରସିସି ତଥା ବରିଷ୍ଠ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମେହେର , ଶିକ୍ଷକ ସୁଶୀଲ କୁମାର ମହଲା, ଶିକ୍ଷୟତ୍ରୀ ଅସ୍ମିତା ମାହାନା ପ୍ରମୁଖ ଅବସରପ୍ରାପ୍ତ ଶିକ୍ଷକଙ୍କ ବିଷୟରେ କହିବା ସହ ଉତ୍ତରୋତ୍ତର କାମନା କରିଥିଲେ। ମଞ୍ଚ ପରିଚାଳନା କରି ଥିଲେ ଶିକ୍ଷୟିତ୍ରୀ ଶୈଲେନ୍ଦ୍ରୀ ପରିଡ଼ା lଏହି ଅବସରରେ ଶିକ୍ଷକ ରାଜେନ୍ଦ୍ର ଗୁରୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।