-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
16-Apr-2025
ରାୟଗଡ଼ାା (ସୁପ୍ରିୟା ଷଡଙ୍ଗୀ): ରାୟଗଡ଼ା ବ୍ଲକ ଜେମଦେଇ ପେଣ୍ଠ ଗ୍ରାମ ପଞ୍ଚାୟତ ସ୍ତିତ ମାଆ ମଝି ଘରିଆଣୀ ମନ୍ଦିର ରେ ପଣା ସଂକ୍ରାନ୍ତି ଧୂମଧାମରେ ପାଳନ କରାଯାଇଥିଲା।ମହାବିଷୁବ ପଣା ସଂକ୍ରାନ୍ତି ପାଳନ ଅବସରରେ ରାୟଗଡ଼ା ବ୍ଲକ ଜେମାଦେଇପେଣ୍ଠ ପଞ୍ଚାୟତରେ ଥିବା ମା’ ମାଝିଘରିଆଣୀ ମନ୍ଦିର କମିଟି ପକ୍ଷରୁ ଶେଷଖାଲ ଥାନା ଅଧୂକାରିଣୀ ମୁନି ଆଚାରୀଙ୍କୁ ସମ୍ବଦ୍ଧିତ କରାଯାଇଛି ଦୁଇ ବର୍ଷ ମଧ୍ୟରେ ଅଞ୍ଚଳରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଢ଼ ହସ୍ତରେ ସମାଧାନ ସହିତ ସର୍ବସାଧାରଣଙ୍କ ନିକଟରେ ସେ ଅତି ପରିଚିତ ହୋଇପାରିଛନ୍ତି ଆଜି ମନ୍ଦିରର ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ପ୍ରସାଦ ସେବନ ନିମନ୍ତେ ଅନେକ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ ମା’ ମାଝିଘରିଆଣୀ ମନ୍ଦିର ପ୍ରତିଷ୍ଠା ଦିନରୁ ଦୈନିକ ପୂଜାର୍ଚ୍ଚନା ସହିତ ଭକ୍ତମାନଙ୍କ ଗହଳି ହେଇଥିଲା I ଆଗକୁ ମନ୍ଦିରର ପାର୍ଶ୍ଵ ଅଞ୍ଚଳରେ ଉନ୍ନ ୟନମୂଳକ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମନ୍ଦିର କମିଟି ସମ୍ପାଦକ କେ ରାମୁ କହିଛନ୍ତି।