-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
16-Apr-2025
ଡୁଙ୍ଗୁରିପାଲି ତା, ୧୬/୪: ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ
ବାଲୁଙ୍କେଶ୍ୱର ଆଦିବାସୀ ଉଚ୍ଚ ବିଦ୍ୟାଳୟ ଠାରେ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଭାରତୀୟ ରେଡ କ୍ରସ ଓ ଜିଲ୍ଲା ଜୁନିୟର ରେଡ କ୍ରସ ସୋସାଇଟି ଙ୍କ ଆହ୍ବାନ କ୍ରମେ ତଥା ଜ଼ିଲ୍ଲା ଜୁନିୟର ରେଡକ୍ରସ ଅଫିସର ଡ.ରବିଚନ୍ଦ୍ର ପଶାୟତ ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କ୍ରିଷ୍ଣ ପ୍ରିୟା ସାହାଣୀ ଅଧ୍ୟକ୍ଷତା କରିଥିଲେ। ରକ୍ଷକ ସାଧନ କର୍ମୀ ଭାବରେ ପଣ୍ଡକିଟାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ତପସ୍ୱିନୀ ଦାସ ବିସିସି ତଥା ଡିସାଷ୍ଟର ସାଧନ କର୍ମୀ ନିମାଇଁ ଚରଣ ମଲ୍ଲିକ ଛାତ୍ରଛାତ୍ରୀ ମାନଙ୍କୁ ମୁର୍ଚ୍ଛା, ରିକୋଭରୀ ପୋଜିସନ୍, ଚୋକିଂ, ରକ୍ତ ସ୍ରାବ, ସକ, ରୋଗୀ ସ୍ଥାନାନ୍ତରଣ , ଗୁଡ ସମରିତାନ , ୧୧୨ ଆମ୍ବୁଲାନ୍ସ ର ବ୍ୟବହାର ପ୍ରଭୁତି ବିଷୟ ରେ ଲାଇଭ ଡେମୋ ପ୍ରଦର୍ଶନ ସହ ତାଲିମ ଦେଇଥିଲେ I ଛାତ୍ରଛାତ୍ରୀ ମାନେ ଆନନ୍ଦ ସହ ତାଲିମ୍ ର ମଜ଼ା ନେଉଥିଲେ l ଏଥିରେ ବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ସତ୍ୟ ନାରାୟଣ ସାହୁ-ମୁଖ୍ୟ ଅତିଥି ଓ ଅବସର ପ୍ରାପ୍ତ ଶିକ୍ଷକ ଚୈତନ୍ୟ ମଲ୍ଲିକ ସମ୍ମାନିତ ଭାବେ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମକୁ ସୁନୀଲ କୁମାର ସାହୁ ପରିଚାଳନା କରିଥିଲେ ଓ ଶିକ୍ଷକ ଗୋପାଳ କୃଷ୍ଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ବରିଷ୍ଠ ଶିକ୍ଷକ ସୋମନାଥ ହାତୀ, ସନ୍ତୋଷ ମେହେର, ବଳଦେବ ସ୍ୱାଇଁ, ଧନପତି ସାହୁ ସହଯୋଗ କରିଥିଲେ l