-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
16-Apr-2025
କଣ୍ଟାମାଳ(ଜୟ କୁମାର ମହାରଣା): କଣ୍ଟାମାଳ ବ୍ଲକ ରାମଜୀ ଯୁବ ନାଟ୍ୟ ସଂସଦ ବନ୍ଧପାଲି ପକ୍ଷରୁ ଶ୍ରୀରାମ ନବମୀ ଉପଲକ୍ଷେ ଆୟୋଜିତ ରାମଲୀଳା ନାଟକ ଚଳିତ ବର୍ଷ ୪୫ବର୍ଷରେ ପଦାର୍ପଣ କରିଛି l ନାଟକର ଶେଷ ସଂନ୍ଧ୍ୟାରେ ମହାପ୍ରତାପୀ ରାବଣ ବଦ୍ଧକୁ ଦେଖିବାକୁ ଦର୍ଶକ ମାନଙ୍କ ପ୍ରବଳ ସମାଗମ ହୋଇଥିଲା l ଏଥିରେ ମହିରାବଣ ଓ ବିରବାହୁ
ବଦ୍ଧ ନାଟକ ମଞ୍ଚସ୍ଥ ପରେ ଶେଷରେ ତ୍ରିପୁର ବିଜୟୀ ରାବଣ ପ୍ରଭୁ ଶ୍ରୀରାମ ଙ୍କ ଦ୍ୱାରା ନିହତ ପରେ ନାଟକର ଯବନିକା ପଡିଥିଲା l ନାଟକରେ ରାମଜୀ ଯୁବ ନାଟ୍ୟ ସଂସଦ ର ରାମ ଭୂମିକା ରେ ରାଜକିଶୋର ବଗର୍ତ୍ତି, ରାଜେନ୍ଦ୍ର ପୁଟେଲ-ଲକ୍ଷ୍ମଣ, ସୁରେନ୍ଦ୍ର ଷlଣ୍ଢ-ସୀତା,ରମେଶ ପଟେଲ-ହନୁମାନ,
ଗୌରାଙ୍ଗ ସାହୁ-ବାଳି,ସୁଦାମ ସାହୁ-ସୁଗ୍ରୀବ,
ରାବଣ ଭୂମିକା ରେ ବିଶେଶ୍ୱର ସାହୁ ଅଭିନୟ କରିଥିବାବେଳେ ଅନ୍ୟ ସଦସ୍ୟମାନେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ l
ନରେଶ କହଁର ଓ ପତ୍ନୀ ବୁଇ କହଁର କର୍ତ୍ତା ଦାୟିତ୍ୱ ତୁଲାଇଥିବାବେଳେ ପୂଜକ ସୁବାସ ରଥ ଓ ରାଜାରାମ ଦାସ୍ ପୂଜା ଦାୟିତ୍ୱ ତୁଲାଇଥିଲେ l ବନ୍ଧପାଲି ରାମଜୀ ଯୁବ ନାଟ୍ୟ ସଂସଦ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l