-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
16-Apr-2025
(ମନୋରଞ୍ଜନ ତ୍ରିପାଠୀ )
ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ସୁବର୍ଣ୍ଣପୁର ଠାରେ ଅଗ୍ନିଶମ ସେବା ସପ୍ତାହ ପାଳନ ଓ ସଚେତନତା କାର୍ଯ୍ଯ କ୍ରମ ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା ଓ ସହର ପରିକ୍ରମା କରାଯାଇଥିଲା l ଏହି ଅବସର ରେ ସହକାରୀ ଅଗ୍ନି ସମାଧି କାରୀ ଭୁବେନ୍ଦ୍ର ନାଥ ଦେ ଙ୍କ ନେତୃତ୍ୱ ରେ ଅଗ୍ନିଶମ ବିଭାଗ ର ମୁଖ୍ୟ ଅଗ୍ନି ଯୋଦ୍ଧା ନରସିଂହ ବର୍ଗେ ଓ ଉଜ୍ଜ୍ୱଳ ବେହେରା ଙ୍କ ତାତ୍ୱା ବଧlନ ରେ ଓ ସମସ୍ତ ଅଗ୍ନି ଯୋଦ୍ଧା ଙ୍କ ସହଯୋଗ ରେ ଏହି ସେବା ସପ୍ତାହ ପାଳନ କରାଯାଉଛି l ଏହି ଅବସର ରେ ସଦର ମହକୁମାର ପଲିଟେକନିକ୍ କଲେଜ ରେ ଆଜି ଏକ ସଚେତନତା ଡେମୋ କାର୍ଯ୍ଯ କ୍ରମ ଅନୁଷ୍ଟିତ ହୋଇଥିଲା ଓ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଅଗ୍ନି ମୁକାବିଲା ପାଇଁ ସଚେତନ କରଯାଇଛି l