-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
16-Apr-2025
(ଡୋଲେଶ୍ୱର ବାଗ )
ନୂଆପଡ଼ା ବିଜେଡ଼ି ଜିଲ୍ଲା ସଭାପତି ରୂପେ ଅବନୀ ରଂଜନ ଯୋଷୀ ମନୋନୀତ ହୋଇଛନ୍ତି। ଦଳର ସଙ୍ଗଠନ ପାଇଁ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥିବା ବେଳେ ଏହି ଗୁରୁ ଦାୟିତ୍ଵ ନେଇ ଦଳ ମୁଖ୍ୟ ନବୀନ ପଟ୍ଟନାୟକ ସମେତ ରାଜ୍ୟ ଜିଲ୍ଲା ସ୍ତରୀୟ କର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେହିପରି ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଖଡିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ, ଲମ୍ବୋଦର ନିଆଲ ଏବଂ ଜିଲ୍ଲାର ସମସ୍ତ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସଂସଦୀୟ କ୍ଷେତ୍ର ପାଇଁ କାର୍ଯ୍ୟ କରିବାକୁ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ କୁ ନେଇ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଛନ୍ତି।