-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ଛାତ୍ରନେତାରୁ ଶ୍ରମିକନେତା.... କୋଟିଏ ହୃଦୟର ଗୋଟିଏ ନାୟକ ଥିଲେ ଲଳିତ ନାୟକ

19-Jan-2021



ବଲାଙ୍ଗୀର,(ପ୍ରେରଣା ଖବର ବ୍ୟୁରୋ) ବଲାଙ୍ଗୀରର ଜଣେ ଜଣାଶୁଣା ସମାଜସେବୀ ତଥା ଶ୍ରମିକନେତା ଲଳିତକୁମାର ନାୟକଙ୍କର  ଦେହାନ୍ତ ହୋଇଯାଇଛି । ଦୀର୍ଘ ୯ମାସ ହେଲା ସେ ଭୁବନରଶ୍ୱରର ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଥିଲେ ଓ ଶେଷରେ ଏମ୍ସରେ ଫୁସଫୁସ ଜନିତ ସମସ୍ୟାର ଚିକିତ୍ସା ହେଉଥିବା ବେଳେ ଆଜି ସକାଳ ୫ଟାରେ ଦେହାନ୍ତ ହୋଇଯାଇଛି । ପ୍ରଥମେ ତାଙ୍କର ଦୁର୍ଘଟଣା ଘଟି ଗୋଡଭାଙ୍ଗି ଯାଇଥିଲା । ଏହା ପରେ ବୋନମେରୋ କ୍ୟାନସର ତା ପରେ କରୋନାରେ ପିଡିତ ହୋଇ ଫୁସଫୁସରେ ସମସ୍ୟା ହୋଇଥିଲା । ତାଙ୍କ ବିୟୋଗରେ ବଲାଙ୍ଗୀର ତଥା ଓଡିଶାର ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ରାଜେନ୍ଦ୍ର କଲେଜ ଛାତ୍ରଜୀବନରୁ ରାଜନୀତି ଆରମ୍ଭ କରି ରାଜେନ୍ଦ୍ରକଲେଜର ଛାତ୍ରସଂସଦର ସଭାପତି ହେବା ସହିତ ବଲାଙ୍ଗୀରର ଜଣେ ଯୁବସଂଗଠକ ହୋଇଯାଇଥିଲେ । ସେ ବଲାଙ୍ଗୀରର ଅନେକ ସାମାଜିକ ତଥା ରାଜନୈତିକ ଆନ୍ଦୋଳନର ନେତୃତ୍ୱ ନେଉଥିଲେ । ଛାତ୍ର ଜୀବନରୁ ଜଣେ ରକ୍ତଦାତା ହୋଇ ଯୁବରକ୍ତଦାତାଙ୍କୁ ପ୍ରେରଣା ଦେଉଥିଲେ । ନିଜେ ଛାତ୍ରଜୀବନରୁ ଜଣେ ରକ୍ତଦାତା ଭାବରେ ଜଣାଯାଉଥିବା ବେଳେ ସେ ୭୯ଥର ରକ୍ତଦାନ କରିଥିଲେ । ଏହା ସହିତ ଆମ ଓଡିଶା,ଜୀବନବିନ୍ଦୁ ଇତ୍ୟାଦି କାର୍ଯ୍ୟକ୍ରମ ସହିତ ଜଡିତ ରହି ରକ୍ତାଦାନ ଶୀବିର କରାଉଥିଲେ । ସାମାଜିକ ଜୀବନରେ ବିଭିନ୍ନ ବର୍ଗର ଲୋକଙ୍କ ସହିତ ସେ ସମ୍ପର୍କ ବଢାଇ ଗରୀବ ଦିନମଜୁରିଆ,ରିକ୍ସାଚାଳକଙ୍କ ସଂଘର ନେତୃତ୍ୱ ନେଇ ଶ୍ରମିକନେତା ହୋଇଥିଲେ । ପରେ ବିତ୍ୟୁତବିଭାଗର ସବୁଠୁ ବଡ ଶ୍ରମିକସଂଗଠନ ହିରାଜିଟିଡିର ସଭାପତି,ପଶ୍ଚିମ ଓଡିଶା କର୍ମଚାରୀମହାସଂଘ,ବିଏସଏନଏଲ କର୍ମଚାରୀସଂଘର ସଭାପତି,ରାଜ୍ୟ ଗ୍ରାମପଞ୍ଚାୟତ ଚତୁର୍ଥଶ୍ରେଣୀ କର୍ମଚାରୀସଂଘ,ନିର୍ମାଣଶ୍ରମିକ ସଂଘର ସଭାପତି,ସମବାୟ ବ୍ୟାଙ୍କକର୍ମଚାରୀ ସଂଘର ସଭାପତି,ପୌରପାଳିକା ସଫେଇକର୍ମଚାରୀ ସଂଘର ସଭାପତି ,ରାଜେନ୍ଦ୍ର ପୁରାତନ ଛାତ୍ରସଂସଦର ସଭାପତି ଇତ୍ୟାଦି ସମେତ ୫୦ରୁ ଅଧିକ ସଂଗଠନର ନେତୃତ୍ୱ ନେଇ ଆସୁଥିଲେ । ପୁରାତନ ଛାତ୍ରସଂସଦର ସଭାପତି ଭାବରେ ସେ ୧୯୯୫ରେ ରାଜେନ୍ଦ୍ର କଲେଜର ସୁବର୍ଣ୍ଣଜୟନ୍ତି ଓ ୨୦୧୯ରେ ପ୍ଲାଟିନମ ଜୁବିଲିକୁ ସଫଳତାର ସହିତ କରାଇପାରିଥିଲେ । ତାଙ୍କ ନେତୃତ୍ୱରେ ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ,କୃଷିବିଶ୍ୱବିଦ୍ୟାଳୟ ଆନ୍ଦୋଳନ ଇତ୍ୟାଦି ଅନେକଥର କରାଯାଇ ପାରିଥିଲା । ତାଙ୍କ କାର୍ଯ୍ୟାଳୟ ଚାଲୁଥିବା ଶ୍ରମିକ ମଙ୍ଗଳଭବନ ଏକ ପ୍ରକାର କୋର୍ଟ ଭାବରେ ପରିଗଣିତ ହେଉଥିଲା । ପାରିବାରିକ କଳହ,ପଡାମାନଙ୍କର ଗଣ୍ଡଗୋଳ ତାଙ୍କ କାର୍ଯ୍ୟାଳୟରେ ହିଁ ସମାଧାନ ହୋଇଯାଉଥିଲା । ଗରୀବ,ଦୁଃଖି ରଙ୍କିମାନେ ରକ୍ତ ଆବଶ୍ୟକ ହେଉ କି,ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ହେଉଥିଲେ ପହଞ୍ଚି ଯାଉଥିଲେ ଶ୍ରମିକମଙ୍ଗଲ ଭବନକୁ । ବଲାଙ୍ଗୀର ରୁଗୁଡିପଡାର ଯୁବକଙ୍କୁ ସଂଗଠିତ କରି ଅନେକ କାର୍ଯ୍ୟକ୍ରମ କରୁଥିବା ଲଳିତ ପରବର୍ତ୍ତି ସମୟରେ ଜିଲ୍ଲାର ତଥା ପଶ୍ଚିମ ଓଡିଶାର ଅନେକ କାର୍ଯ୍ୟକ୍ରମକୁ ସଫଳତାର ସହିତ କରାଇ ପାରୁଥିଲେ । ବଲାଙ୍ଗୀର ଲୋକଉତ୍ସବ ହେଉ କି ବହିହାଟ ହେଉ ସବୁଠି ଲଳିତଙ୍କୁ ଖୋଜା ପଡୁଥିôଲା । ୯୦ଦଶକରେ ଭାରତୀୟଜନତା ପାର୍ଟି ସହିତ ରାଜନୈତିକ କ୍ୟାରିୟର ଆରମ୍ଭ କରି ୨୦୦୪ ମସିହାରେ ଲୋଇସିଂହା ବିଧାନସଭା କ୍ଷେତ୍ରରୁ ବିଧାୟକ ପ୍ରାର୍ôଥ ହୋଇଥିଲେ । ପରେ ବିଜେପି ଛାଡି ବିଜୁଜନତା ଦଳରେ ସାମିଲ ହୋଇଥିଲେ । ଏବେ ସେ ରାଜ୍ୟସରକାରଙ୍କ ଶ୍ରମିକ କଲ୍ୟାଣବୋର୍ଡର ସଭ୍ୟ ରହିଥିଲେ ଓ ଅନେକ ଶ୍ରମିକଙ୍କ ସମସ୍ୟାର ସମାଧାନ କରାଉଥିଲେ । ଆଜି ତାଙ୍କର ବିୟୋଗରେ ବଲାଙ୍ଗୀର ସହର ସଂପୂର୍ଣ୍ଣ ଭାଙ୍ଗି ପଡିଛି । ସମସ୍ତଙ୍କ ଆଖିରେ ଲୁହ । ଆଜି ସଂଧ୍ୟାରେ ତାଙ୍କ ମରଶରୀର ବଲାଙ୍ଗୀର ପହଞ୍ଚିବା ପୂର୍ବରୁ ବୌଦ୍ଧ,ସୋନପୁର,ବଇରାସର,ମଳମୁଣ୍ଡା,ପୁଇଁତଳା ଇତ୍ୟାଦି ଛକରେ ରାସ୍ତାରେ ହଜାର ହଜାର ଲୋକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେହିପରି ବଲାଙ୍ଗୀର ରୁଗୁଡିପଡା ଦୁର୍ଗାପୂଜା କମିଟି ପକ୍ଷରୁ ମଣ୍ଡପଠାରେ ଏକ ଭବ୍ୟ ଶ୍ରଦ୍ଧାଞ୍ଜଳିର ଆୟୋଜନ କରାଯାଇଥିଲା । ଏଠାରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର,ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ, ରାଜ୍ୟ ମହିଳାକମିଶନର ପୂର୍ବତନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ,କାଜୁନୀଗମର ପୂର୍ବତନ ଅଧ୍ୟକ୍ଷ ସରୋଜ ପାଣିଗ୍ରାହୀ,ବିଜେଡିନେତା ଅଜୟ ଦାସ,ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା,ଏସପି ନୀତିନ କୁସଲକର ଡାଗଡୁ,ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟକୁମାର ଶତପଥି,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ,ସମ୍ବାଦର ମୁଖ୍ୟବାର୍ତ୍ତା ସଂପାଦକ ଅରବିନ୍ଦ ଦାସ,ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ସନ୍ତୋଷିନୀ ବେହେରା,କୋସଲବାଦୀ ନେତା ପ୍ରମୋଦ ମିଶ୍ର,ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା,ସାମ୍ବାଦିକ ସଂଘର ସଭାପତି ହରିନାରାୟଣ ପୂଜାହାରୀ,ପ୍ରେସକ୍ଲବର ସଭାପତି ଅରୂଣ ମିଶ୍ର,ବଣିକସଂଘର ସଭାପତି ତ୍ରୀପୁରାରୀ ପାଣିଗ୍ରାହୀ,ବିଏସପିର ଜିଲ୍ଲା ସଭାପତି ଦ୍ରୋଣ କୁମ୍ଭାର,ବିଙ୍ଗହ୍ୟୁମାନ ଫାଉଣ୍ଡେସନର ସଭାପତି ସୋମନାଥ ମିଶ୍ର,ଘରୋଇ ବସମାଲିକସଂଘର ସଭାପତି ହେମନ୍ତ ପଣ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଶେଷଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏକ ଭବ୍ୟ ଶୋଭାଯାତ୍ରାରେ ସ୍ଥାନୀୟ ବିଭୁତିପଡାର ଶ୍ମସାନକୁ ନିଆଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କର ପୁତୁରା ଜ୍ୟୋତିରଂଜନ ନାୟକ ମୁଖାଗ୍ନୀ ଦେଇଥିଲେ । 
   ଲଳିତନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକବ୍ୟକ୍ତ କରିଛନ୍ତି । ଟୁଇଟରରେ ମୁଖ୍ୟମନ୍ତ୍ରୀ ଲଳିତଙ୍କ ଜନକଲ୍ୟାଣ କାର୍ଯ୍ୟ ଓ ରକ୍ତଦାନ କ୍ଷେତ୍ରରେ ଅବଦାନ ଉଲ୍ଲେଖ କରି ତାଙ୍କ ବିୟୋଗରେ ଦୁଃଖପ୍ରକାଶ କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ମହିଳା ଓ ଶିଶୁ କଲ୍ୟାଣମନ୍ତ୍ରୀ ଟୁକୁନୀ ସାହୁ,ବରଗଡ ସାଂସଦ ସୁରେଶ ପୂଜାହାରୀ,କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା,ଲୋଇସିଂହା ବିଧାୟକ ଡ,ମୁକେଶ ମହାଲିଙ୍ଗ ପ୍ରମୁଖ ଗଭୀର ଶୋକପ୍ରକାଶ କରି ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like