-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
03-Apr-2025
ଅତାବିରା(ଆକାଶ ମିଶ୍ର): ପାରମ୍ପରିକ ପୋଷାକ ପରିଧାନ ପ୍ରଚାର ପ୍ରସାର ପାଇଁ ହସ୍ତତନ୍ତ, ବୟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ପାରମ୍ପରିକ ପୋଷାକ ପରିଧାନ 'ଆମ ପୋଷାକ ଆମ ପରିଚୟ' ଦିବସ ଆଜି ରାଜ୍ୟର ସର୍ବତ୍ର ପାଳନ କରାଯାଇଛି।ଏହି ଅବସରରେ ଅତାବିରା ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଅଶ୍ଵିନୀ କୁମାର ପ୍ରଧାନ ଙ୍କ ତତ୍ବାବଧାନରେ ଆଜି " ଓଡ଼ିଆ ପକ୍ଷ" ପାଳନ ଅବସରରେ ମହା ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା ସମସ୍ତ କର୍ମଚାରୀ ମାନେ ବିଭିନ୍ନ ପ୍ରକାର ସମ୍ବଲପୁରୀ/ ପାରମ୍ପରିକ ପୋଷାକ ପରିଧାନ କରିଥିଲେ । ଆମ ପୋଷାକ କିଭଳି ଭାବରେ ଅନାର ପରିଚୟ ସୃଷ୍ଟିକରେ ସେ ଉପରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଧାନ ଆଲୋକପାତ କରିଥିଲେ । ଦିବସର ଉଦ୍ଦେଶ୍ୟକୁ
ଚରିତାର୍ଥ କରିବାରେ ସହକର୍ମୀ ମାନଙ୍କ ସହଯୋଗ ପାଇଁ ଅଧ୍ୟକ୍ଷ ଶ୍ରୀଯୁକ୍ତ ଆନ୍ତରିକ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ ।
ସେହିପରି ଅତାବିରା ବ୍ଲକ କାର୍ଯ୍ୟାଳୟ ରେ ମଧ୍ୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରିପୁନାଥ ସୁନା ଙ୍କ ଅଧ୍ୟକ୍ଷତା ରେ ଏହି ଦିବସ ପାଳିତ ହୋଇଯାଇଛି । ବ୍ଲକ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ପାରମ୍ପରିକ ପୋଷାକ ପରିଧାନ କରିଥିଲେ।
ଆମ ବସ୍ତ୍ର ହେଉଛି ଆମ ସ୍ବାଭିମାନ ଓ ଆମ ପରିଚୟ । ଓଡ଼ିଶା ହସ୍ତତନ୍ତର ସମଗ୍ର ବିଶ୍ଵରେ ପ୍ରସିଦ୍ଧି ରହିଛି। ବିଭିନ୍ନ ସମ୍ବଲପୁରୀ ପୋଷାକ ରାଜ୍ୟ ତଥା ରାଜ୍ୟ ବାହାରେ ଆଦୃତି ଲାଭ କରିବା ସହ ଦେଶର ଅର୍ଥ ନୀତିକୁ ମଧ୍ୟ
ମଧ୍ୟ ସମୃଦ୍ଧ କରିବାରେ ସହାୟକ ହୋଇଥାଏ।ଏହା ସହ ବୁଣାକାର ମାନଙ୍କ କାରିଗରୀ କୌଶଳ ର ଲୋକପ୍ରିୟତା ହାସଲ କରିବା ସହିତ ସେମାନଙ୍କ ଜୀବନ ଧାରଣ ର ମଧ୍ୟ ଉନ୍ନତ ହୋଇଥାଏ ବୋଲି ଶ୍ରୀଯୁକ୍ତ ସୁନା ଉଦବୋଧନ ଦେଇଥିଲେ । ସମସ୍ତ ବିଦ୍ୟାଳୟ ମାନଙ୍କରେ ମଧ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ,କର୍ମଚାରୀ ମାନେ ଆଞ୍ଚଳିକ ପୋଷାକ ପରିଧାନ ପୂର୍ବକ ଏହି ଦିବସ ପାଳନର ମହତ୍ ଉଦ୍ଦେଶ୍ୟ କୁ ସଫଳ କରିଥିଲେ ।