-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
04-Mar-2025
ଆଜି ବଲାଙ୍ଗୀର ଜିଲ୍ଲା ଲେଖକ ପରିଷଦର ୭ମ ବଲାଙ୍ଗୀର ବହିହାଟ-୨୦୨୫ ୯ମ ସନ୍ଧ୍ୟାରେ ଅନୁଷ୍ଠିତ ଲେଖିକା ଆସର ରେ 'ଆମ ଲେଖିକାମାନଙ୍କ ସର୍ଜନାର ପୃଥିବୀ' ବିଷୟରେ ହୋଇଥିବା ଆଲୋଚନାଚକ୍ରରେ ବିଶିଷ୍ଟ ଲେଖିକାମାନେ ନିଜସ୍ବ ମତବ୍ଯକ୍ତ କରି 'ଆମେ ନିଜମନର ଅବ୍ୟକ୍ତ କଥାକୁ ଲେଖୁ' ବୋଲି କହିଥିଲେ ।
ନାଟ୍ଯଭୂଷଣ ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥିରୂପେ ବଲାଙ୍ଗୀର ନଗରପାଳ ଶ୍ରୀମତୀ ଲିକା ସାହୁ ଯୋଗଦେଇ ପୁସ୍ତକ ଲେଖକ/ଲେଖିକାଙ୍କ ଅବଦାନ ଓ ବଲାଙ୍ଗୀରର ସାରସ୍ବତ ସଂସ୍କୃତି ପ୍ରତି ଉଦବୋଧନ ଦେଇ ଥିବା ବେଳେ ଆଲୋଚନାରେ ଅଂଶଗ୍ରହଣ କରିଥିବା ଆନ୍ତର୍ଜାତୀୟସ୍ତରୀୟ ଲେଖିକାଙ୍କ ସହ ରାଜ୍ୟସ୍ତରୀୟ ସାହିତ୍ୟମହଲରେ ନିଜର ପ୍ରତିଭାର ପରିଚୟ ପ୍ରତିଷ୍ଠା ସାବ୍ଯସ୍ତ କରିଥିବା ବଲାଙ୍ଗୀରର ଲେଖିକାମାନେ ନିଜ ନିଜର ମତ ପ୍ରକାଶ କରିଥିଲେ। ଏମାନଙ୍କ ମଧ୍ୟରେ ଆନ୍ତର୍ଜାତୀୟ ସ୍ତରରେ ଅଦ୍ୟାବଧି ଚାରୋଟି ଇଂରାଜୀ ଉପନ୍ୟାସ ଲେଖି ଆଦୃତା ସୁଶ୍ରୀ ଶୀରିଷା ଏସ୍ ପତି, ଆନ୍ତର୍ଜାତୀୟ ସ୍ତରର ସ୍ବୀକୃତିପ୍ରାପ୍ତା ଜ୍ୟୋତିଷ ବିଶାରଦା ଶ୍ରୀମତୀ ମିତାଲି ମଧୁମିତା ମିଶ୍ର, ରାଜ୍ୟ ସାହିତ୍ୟ ମହଲର ସୁପ୍ରତିଷ୍ଠିତା ଡା ମଞ୍ଜୁବାଳା ପଣ୍ଡା, ଲବ୍ଧ ପ୍ରତିଷ୍ଠିତା କବୟତ୍ରୀ।ଶ୍ରୀମତୀ ବିନତୀ ଶତପଥୀ ଓ ରାଜ୍ୟସ୍ତର ରେ ସମ୍ବର୍ଦ୍ଧିତା ଶ୍ରୀମତୀ ସବିତା ମହରା ପ୍ରମୁଖ ସ୍ବ ସ୍ବ ମତ ଉପସ୍ଥାପନ କରିଥିଲେ ।
ଏଥିରେ ସ୍ବାଗତଭାଷଣ ଦେଇଥିଲେ ଶ୍ରୀମତୀ କସ୍ତୁରୀ ରଥ ଓ ସଭାର ପରିଚାଳନା ସହ ଅତିଥି ପରିଚୟ ପ୍ରଦାନ ସହ ଧନ୍ୟବାଦ ଦେଇଥିଲେ ବ୍ୟଙ୍ଗକୁଇନ୍ ଶ୍ରୀମତୀ ଅନୁପ୍ରିୟା ମିଶ୍ର । ଏହି ଅବସରରେ ବଲାଙ୍ଗୀରର ପୂର୍ବତନ ଜିଲ୍ଲାପାଳ ଅନିରୁଦ୍ଧ ଦାଶଙ୍କ ସ୍ମରଣିକା ପୁସ୍ତକର ଉନ୍ମୋଚନ କରାଯାଇଥିଲା । ଏଥିରେ ଶ୍ରୀ ଦାଶଙ୍କ ସୁକନ୍ୟା ଡା. ଉଷାରାଣୀ ଦାଶ ଓ ଏହାର ସମ୍ପାଦକ ବ୍ରଜ କିଶୋର ଦାଶ ସ୍ବମତ ପ୍ରଦାନ କରିଥିଲେ । ଏହି ଉନ୍ମୋଚନର ବିବରଣୀ ପାଠ କରିଥିଲେ ପରିଷଦର କୋଷାଧ୍ୟକ୍ଷ ତଥା ସଂଯୋଜକ ଅଜିତ କୁମାର ମହାନ୍ତି । ସମଗ୍ର କାର୍ଯ୍ୟକ୍ରମଟି ଉପଭୋଗ୍ୟ ହୋଇଥିବା ବେଳେ ଏହି କୋଶଳ କଳା ମଣ୍ଡଳ ପଡିଆରେ ଅନୁଷ୍ଠିତ ଅପରପାର୍ଶ୍ବରେ ସୁଭଦ୍ରା ଶକ୍ତି ଯୋଜନାର କାର୍ଯ୍ୟକ୍ରମର ଉଚ୍ଚ ମାଇକ୍ ଶବ୍ଦ ପ୍ରଦୂଷଣକୁ ଆୟୋଜକ ଓ ବକ୍ତାମାନେ ତୀବ୍ର ବିରୋଧ କରିଥିଲେ ।