-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
04-Mar-2025
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ "ନୂତନ ଅପରାଧିକ ଆଇନ ର କାର୍ଯ୍ୟକାରିତା" ସମ୍ପର୍କରେ ସଚେତନତା ସୃଷ୍ଟି ନେଇ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା ସଭା ରେ ଅଧ୍ୟକ୍ଷତା କରି ସମାଜ ରେ ଦେଖାଯାଉଥିବା ସମସ୍ୟା ,ସାଇବର ଅପରାଧ ,ଠକେଇ ସମ୍ପର୍କରେ ସୂଚନା ଦେବା ସହ ନୂତନ ଆଇନ ର ବ୍ୟାବହାରିକ ଅବଗତ ହେବା ଦରକାର ବୋଲି କହିଥିଲେ।ଖଡିଆଳ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ଏବଂ ପୋଲିସ କର୍ମଚାରୀମାନେ ଛାତ୍ରଛାତ୍ରୀ ମାନଙ୍କୁ ମୋବାଇଲ ର ସଠିକ ଉପଯୋଗୀତା ସଂପର୍କରେ ଆଲୋଚନା କରିଥିଲେ । ବିଭିନ୍ନ ଅସାମାଜିକ ଠକେଇ, ଅର୍ଥ ଆତ୍ମସାତ ରୁ ନିଜକୁ ସୁରକ୍ଷିତ ରଖିବା କେତେ ଜରୁରୀ ସେ ବିଷୟରେ ଦିଲ୍ଲୀପ ସାହୁ ବିଭିନ୍ନ ଉଦାହରଣ ଦ୍ୱାରା ଛାତ୍ରଛାତ୍ରୀ ଙ୍କୁ ଅବଗତ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଯୁକ୍ତ ଦୁଇ ଅଧ୍ୟକ୍ଷ ଡ଼ ରଣବୀର ସିଂ ମଧ୍ୟ ଅପରାଧୀକ ଆଇନ ର ଗୁରୁତ୍ୱ ବିଷୟରେ ସଂକ୍ଷିପ୍ତ ମନ୍ତବ୍ୟ ପ୍ରଦାନ କରିଥିଲେ ।ଛାତ୍ର କଲ୍ୟାଣ ଅଧିକାରୀ ଅଧ୍ୟାପିକା ଡ଼ ଗୀତାଶ୍ରୀ ପ୍ରିୟମ୍ବଦା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସଚେତନ ମୂଳକ କାର୍ଯ୍ୟକ୍ରମ ରେ ଅଧ୍ୟାପିକା ନେଇନା ପ୍ରଧାନ, ଅର୍ଚ୍ଚନା ଚଲାନ , ନିକିତା କାଣ୍ଡ, ବୀଣା ମେହେର ପ୍ରମୁଖ ଯୋଗ ଦେଇଥିବା ବେଳେ ଛାତ୍ର ଛାତ୍ରୀ।